ଆମପାଣି ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନବରଙ୍ଗପୁର/ପାପଡାହାଣ୍ଡି : କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡିଛି । ହେଲପର ସମେତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ମୁତାବକ, ଦିଲଖୁସ ନାମକ ଘରୋଇ ବସଟି ଭୁବନେଶ୍ୱରରୁ କଳାହାଣ୍ଡି ଏବଂ ନବରଙ୍ଗପୁର ଦେଇ ମାଲକାନଗିରି ଫେରିବା ସମୟରେ ଆଜି ଭୋର ସମୟରେ ଆମପାଣି ଘାଟିର ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ବସର ହେଲପର ଓ ଅନ୍ୟ ଜଣେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଘଟଣା ସ୍ଥଳରେ ଆମପାଣି ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Comments are closed.