ବସ୍ ଓଲଟି ଦୁଇ ଗୁରୁତର, ୨୦ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲାର ପୁବୁସାହି ନିକଟରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ଆଭାବନୀୟ ଘଟଣା ଘଟିଯାଇଛି । ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବାବେଳେ ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ନାରୟଣୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମ୍ମୁଖେ ଯାଉଥିଲା। ବସଟି ଅତ୍ୟଧିକ ଯାତ୍ରୀ ନେଇ ଯାଉଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଆହତ ସମସ୍ତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଖୋର୍ଦ୍ଧା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comments are closed.