ମହାରାଷ୍ଟ୍ରରେ ବସ୍‍ ଦୁର୍ଘଟଣା : ୫ ମୃତ

0

ଅହମ୍ମଦନଗର : ମହାରାଷ୍ଟ୍ରର ଅହମ୍ମଦନଗର-ପୁନେ ରାଜପଥରେ ସୋମବାର ଏକ ଯାତ୍ରୀବାହୀ ବସ୍‍ ଏକ ଟ୍ରକ୍‍ ସହ ଧକ୍କା ହେବା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦-୧୨ ଜଣ ଆହତ ହୋଇଥିବା ଜଣାପଡିଛି। ବସ୍‍ଟି ଔରଙ୍ଗାବାଦରୁ ପୁନେ ଯାଉଥିଲା। ଡ୍ରାଇଭର ବସ୍‍ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡାହୋଇଥିବା ଏକ ଟ୍ରକ୍‍କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସ୍‍ ଡ୍ରାଇଭରର ମଧ୍ୟ ମୃତ୍ୟୁ ଘଟିଛି।

Leave A Reply