ବସ୍‍ ଦୁର୍ଘଟଣାରେ ୧୦  ଆହତ

0

ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ଥିବା ରାଇବଣିଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ଏହି ଦୁର୍ଘଟଣାଟି ଘଟିଛି। ଏଥିରେ ଦଶ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବସ୍‍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡିଥିଲା। ଆହତମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Leave A Reply