ପଶ୍ଚିମବଙ୍ଗରେ ବସ୍‍ ଦୁର୍ଘଟଣା: ୫ ମୃତ, ୨୦ ଆହତ

0

କଲକାତା: ପଶ୍ଚିମବଙ୍ଗରେ ଏକ ମର୍ମନ୍ତୁଦ ବସ୍‍ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହୁଗ୍‍ଲି ଜିଲାର ହରିପାଲ୍‍ଠାରେ ଘଟିଛି ଏହି ଦୁର୍ଘଟଣା।
ଏକ ଘରୋଇ ବସ୍‍ କଲକାତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଭାରସମ୍ୟ ହରାଇବାରୁ ବସ୍‍ଟି ଗଜାରମୋର ନିକଟରେ ଏକ ପୋଲର ସିମେଣ୍ଟ ପିଲରରେ ପିଟି ହୋଇ ଡାକଟିଆ ଖାଲ କେନାଲ୍‍ରେ ପଡ଼ିଯାଇଥିଲା। ଏସ୍‍ପି ସୁକେଶ ଜୈନଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହରିପାଲ୍‍ ଡାକ୍ତରଖାନାକୁ ନିଆଯାଇଥିଲା। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜ୍ୟ ଦୁର୍ବିପାକ ପ୍ରଶମନ ଟିମ୍‍ ଓ ପୁଲିସ ବାହିନୀ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି।

Leave A Reply