ଟ୍ରକ୍‍କୁ ପିଟିଲା ବସ୍‍ ; ୨୦ରୁ ଉର୍ଦ୍ଧ୍ବ ଆହତ

0

ଯାଜପୁର : ଯାଜପୁର ଜିଲା ବଡ଼ଚଣା କଡ଼େଇ ଛକ ନିକଟରେ ଶନିବାର ଭୋର୍‍ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ , ଏକ ଘରୋଇ ଯାତ୍ରୀବାହୀ ବସ୍‍ ରାଞ୍ଚିରୁ କଟକ ଫେରିବା ବେଳେ ଏକ ଟମାଟୋ ବୋଝେଇ ଟ୍ରକ୍‍କୁ ଧକ୍କା ଦେଇଥିଲା। ଫଳରେ ବସ୍‍ଟି ରାସ୍ତା କଡ଼କୁ ଓଲଟି ଯାଇଥିଲା। ଆହତ ମାନଙ୍କୁ ବଡ଼ଚଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ ।

Leave A Reply