ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ :୨ ମୃତ, ୨୦ ଆହତ

0

ଭଦ୍ରକ : ଚରମ୍ପା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ଜଣ ମୃତ,୨ ଜଣ ଗୁରୁତର ଏବଂ ୨୦ ଜଣ ଆହତ ହୋଇଛନ୍ତି।  ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଠାରେ ଏକ ବାଉଁଶ ବୋଝେଇ ଟ୍ରକ ପଛରୁ ଏହି ଯାତ୍ରୀବାହି ବସଟି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବସ ଡ଼୍ରାଇଭରଙ୍କ ସହ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୨ଜଣ ଗୁରୁତରଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ୨ଜଣଙ୍କ ହେଲେ ଉତ୍ତରପ୍ରଦେଶର ତୁଣ୍ଡାସୁଫି ଅଞ୍ଚଳର ଶିବ ନାରାୟଣ ଏବଂ ଡ଼୍ରାଇଭର ଜଣଙ୍କ ହେଲେ ରାମ ସାଗର ଯାଦବ।
ଅମିତ ନାମକ ଏହି ତୀର୍ଥଯାତ୍ରୀ ବସରେ ଉତ୍ତରପ୍ରଦେଶର ବାରବାଙ୍କି ଜିଲାର ୫୦ରୁ ଅଧିକ ତୀର୍ଥଯାତ୍ରୀ ଗୟା ଓ ପୁରୀ ବୁଲିବା ପାଇଁ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ପମ୍ପଚର ହୋଇ ପଡ଼ିଥିବା ବାଉଁଶ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି ।

Leave A Reply