ମର୍ମନ୍ତୁଦ ସଡକ ଦୁର୍ଘଟଣା; ବସ- ଟିପ୍ପର ମୁହାଁମୁହିଁ ଧକ୍କା , ୧୧ ଯାତ୍ରୀ ମୃତ

ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକର ଧାରୱାଡ ଇଟିଗାଟ୍ଟି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଇଟିଗାଟ୍ଟି ନିକଟରେ ମିନିବସ ସହ ଟିପ୍ପର ମୁହାଁମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ଟ୍ରକ ଚାଳକ ସମେତ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ଯାତ୍ରୀମାନେ ଉକ୍ତ ମିନିବସରେ ଯାଉଥିବା ବେଳେ ଟିପ୍ପର ସହ ଧକ୍କା ହୋଇଥିଲା। ଏହାସହ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କର୍ଣ୍ଣାଟକର ଧାରୱାଡ ଜିଲାରେ ହୋଇଥିବା ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

Comments are closed.