ବସ୍‍ ଦୁର୍ଘଟଣାରେ ୬ ଆହତ, ଜଣେ ଗୁରୁତର

0

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ସାନ୍ତରାପୁର ନିକଟରେ ଯାତ୍ରୀବାହୀ ବସ ଓଲଟି ୬ ଜଣ ଆହତ ହୋଇଛନ୍ତି। ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ଭୋର ୫ଟା ସମୟରେ ଶିବମ ନାମକ ଏକ ଘରୋଇ ବସ ବୁର୍ଲାରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତଙ୍କୁ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେମାନେ ବସର କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

Leave A Reply