ଗାଡ଼ି ଚଳାଇବାକୁ ମନା କଲା ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ ବସ୍ ଚାଲିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ।

ସେ କହିଛନ୍ତି ଯେ ବସ୍ ଚଳାଚଳ ନେଇ ସରକାର ଆମ ସହ କୌଣସି ବିଧିବଦ୍ଧ ଆଲୋଚନା କରିନାହାନ୍ତି । ଆମେ ଗଣମାଧ୍ୟମରୁ ଏ କଥା ଶୁଣୁଛୁ । ଆମେ ମଧ୍ୟ ଆଞ୍ଚଳିକ ସଂଘଗୁଡ଼ିକ ସହ ଏଥିନେଇ କୌଣସି କଥାବାର୍ତା କରିନାହୁଁ । ଏବେ ଲକ୍ଡ଼ାଉନ ଯୋଗୁଁ ବସ୍ ଡ଼୍ରାଇଭର, ହେଲପର ସବୁ ନିଜନିଜ ଗାଁକୁ ଯାଇଛନ୍ତି ।  ଅନ୍ୟପକ୍ଷରେ କାଲିଠାରୁ ବସ ଚଳାଚଳ କଲେ ପୁରା ମାସର ଟିକସ ବସ୍ ମାଲିକ ସରକାରଙ୍କୁ ଦେବାକୁ ବାଧ୍ୟ । ଏହାଦ୍ବାରା ବସ୍ ମାଲିକଙ୍କର କ୍ଷତି ହେବ । ତେଣୁ ଆସନ୍ତାକାଲି ବସ୍ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

Comments are closed.