ସୁରତରୁ ଓଡ଼ିଶା ଆସିବା ବେଳେ ବସରେ ପ୍ରସବ ବେଦନା; ରାସ୍ତା କଡ଼ରେ ଶିଶୁକୁ ଜନ୍ମଦେଲେ ମହିଳା

ଭୁବନେଶ୍ବର: ଗାଁକୁ ଫେରିବା ବେଳେ ବସରେ ସନ୍ତାନ ପ୍ରସବ କଲେ ପ୍ରବାସୀ ଓଡ଼ିଆ ମହିଳା । ନାଗପୁର ନିକଟରେ ବସରେ ତାଙ୍କର ପ୍ରସବ ବେଦନା ହେବାରୁ ଅନ୍ୟ ମହିଳାଙ୍କ ସହଯୋଗରେ ତାଙ୍କର ପ୍ରସବ କରାଯାଇଥିଲା । ବସଟି ସୁରତରୁ ଭଦ୍ରକ ଜିଲାର ଅସୁରାଳି ଅଞ୍ଚଳକୁ ଆସୁଥିବା ସୂଚନା ମିଳିଛି । ପ୍ରସୂତୀ ଓ ଶିଶୁଙ୍କ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ସୁରତର କାଡ଼ୋଦରାରୁ କିଛି ପ୍ରବାସୀ ଏକ ବସ୍ ଭଡ଼ା କରି ଭଦ୍ରକ ଜିଲାର ଅସୁରାଳି ଅଞ୍ଚଳକୁ ଆସୁଥିଲେ । ଏମାନଙ୍କ ମଧ୍ୟରେ କିଛି ମହିଳା ଥିଲେ ଓ ଜଣେ ମହିଳା ଆସନ୍ନ ପ୍ରସବା ଥିଲେ । ବସ୍ ସୁରତ୍ ଛାଡ଼ିବା ପରେ ମହିଳାଙ୍କ ଗର୍ଭବେଦନା ଆରମ୍ଭ ହୋଇଥିଲା । ନାଗପୁର ନିକଟରେ ତାଙ୍କର ଯନ୍ତ୍ରଣା ଅସହ୍ୟ ହେବାରୁ ରାସ୍ତା କଡ଼ରେ ଗାଡ଼ି ରାସ୍ତା କଡ଼ରେ ଏକ ଗଛମୂଳେ ତାଙ୍କର ପ୍ରସବ କରାଯାଇଥିଲା ।

 

Comments are closed.