ପୁରୀ ବସଷ୍ଟାଣ୍ଡରୁ ବସ ଚୋରି ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡରୁ ଏକ ଟୁରିଷ୍ଟ ବସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ବସଟି ଷ୍ଟାଣ୍ଡ ନିକଟ ତାରିଣୀ ମନ୍ଦିର ନିକଟରେ ଥିଲା। କେହି ଦୁର୍ବୃତ୍ତ ଟୁରିଷ୍ଟ ବସଟିକୁ ସେଠାରୁ ନେଇ ଯାଇଛି। ବସର ନମ୍ବର – ଓଆର-୨୨ଡି-୭୭୭୨। ବସ ଚୋରି ଘଟଣା ସମ୍ପର୍କରେ ବସ ମାଲିକ ପ୍ରବୀର ମହାନ୍ତି ଜାଣିବା ପରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.