ଚଳନ୍ତା ବସରୁ ଚକା ବାହାରିଗଲା

0

ମୟୂରଭଞ୍ଜ : ଏକ ଚଳନ୍ତା ବସରୁ ଚକା ବାହାରି ଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲା ବିଷୋୟୀ ବଜାର ନିକଟସ୍ଥ ସାରନା ଛକରେ ଘଟିଛି। ଶୁକ୍ରବାର ସକାଳେ ବସଟି ଭୁବନେଶ୍ବରରୁ ରାଇରଙ୍ଗପୁର ଆସୁଥିବା ସମୟରେ ଏକ ହମ୍ପସ୍ ପାର ହେଉଥିବା ବେଳେ ତାର ପଛ ଚକା ବାହାରି ଯାଇଥିଲା। ବସଟିର ବେଗ କମ ଥିବା ଯୋଗୁଁ ଏକ ଅଘଟଣରୁ ବର୍ତ୍ତି ଯାଇଥିଲା। ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇ ନାହିଁ।

Leave A Reply