ପାରଳାଖେମୁଣ୍ଡିରେ ବସ ଚଳାଚଳ ବନ୍ଦ

0

ଗଜପତି: ବସ୍‌ ମାଲିକ ଓ କର୍ମଚାରଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଶନିବାର ପାରଳାଖେମୁଣ୍ଡିରେ ବସ ଚଳାଚଳ ବନ୍ଦ ରହିଛି । ବସ୍‌ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ, କୌଣସି କାରଣକୁ ନେଇ ଶ୍ରୀଗଣେଶ କଣ୍ଡକ୍ଟରକୁ ଅନ୍ୟ ଜଣେ ବସ୍‌ର ମାଲିକ ମାଡ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ବସ କର୍ମଚାରୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକଶଶ ପାଇଛି।  ସଂପୃକ୍ତ ମାଲିକ କଣ୍ଡକ୍ଟରକୁ କ୍ଷମା ମାଗିବା ସହ କୌଣସି ମାଲିକ କର୍ମଚାରୀଙ୍କ ଉପରେ ହାତ ଉଠାଇବେ ନାହିଁ ବୋଲି ଲିଖିତ ଆକାରରେ ଦେବାକୁ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି । ଦାବି ପୂରଣ ନ ହେବା ଯାଏଁ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply