ଯୁବତୀ ପୋଡି ହୋଇ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

0

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-ଏ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ଭୋର ସମୟରେ ଜଣେ ଯୁବତୀ ପୋଡି ହୋଇଯିବାରୁ ମୃତ୍ୟୁ ହୋଇଛି। ଯୁବତୀଙ୍କୁ ତାଙ୍କ ପ୍ରେମିକ ପୋଡି ମାରି ଦେଇଥିବା ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀଙ୍କ ଘର ପାଖରେ ରହୁଥିବା ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା। ଯୁବତୀ ଜଣକ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ଯୁବକ ଜଣକ ବିବାହ କରିବାକୁ ମନା କରିଥିଲେ। ଶୁକ୍ରବାର ସକାଳେ ଯୁବତୀ ଜଣକ ନିଜ ଘର ସମ୍ମୁଖରେ ପୋଡି ହୋଇ ଯାଉଥିବାର ପରିବାର ଲୋକେ ଦେଖିଥିଲେ। ଯୁବତୀଙ୍କୁ ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପ୍ରେମିକ ଫେରାର ଥିବା ଜଣା ପଡିଛି। ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply