ଯୌତୁକ ନିଆଁରେ ଜଳିଲେ ବୋହୂ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତ ବାଲିସୁଆଁରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ରାତିରେ ଏହି ଗାଁର ନିଶାମଣି ସାହୁଙ୍କ ସାନ ବୋହୂ କଣ୍ଢେଇ ସ୍ୱାଇଁଙ୍କୁ ଶାଶୁ ଓ ନଣନ୍ଦ ପୋଡ଼ିମାରିଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୋହୂଙ୍କୁ କଟକ ବଡ଼ ମେଡ଼ିକାଳରେ ଭର୍ତ୍ତି କରାଯାଇଥିଲା। ସୋମବାର ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ସେ ନିଜ ବୟାନରେ କହିଥିଲେ ଯେ, ସ୍ୱାମୀଙ୍କ ଅନୁପସ୍ଥିତରେ ଯୌତୁକ ପାଇଁ ତାଙ୍କ ହାତଗୋଡ଼ ବାନ୍ଧି ଶାଶୁ ନଣନ୍ଦ ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିରେ ସେ ଗୁରୁତର ଭାବେ ପୋଡ଼ିଯାଇଥିବା ବେଳେ ଦୁଇ ବଖରା ଘର ମଧ୍ୟ ଜଳି ଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply