ବ୍ରହ୍ମପୁତ୍ର ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ଓ ଡିବ୍ରୁଗଡ ମଧ୍ୟ​‌ରେ ଚଳାଚଳ ହେଉଥିବା ଟ୍ରେନ୍‌ ବ୍ରହ୍ମପୁତ୍ର ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜମାଲପୁର କିଉଲ ଜଙ୍କଶନ ଅନ୍ତର୍ଗତ ବିହାରର ଭାଗଲପୁର-ପାଟଣା ରେଳ ଧାରଣାରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଡିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ବ୍ରହ୍ମପୁତ୍ର ଏକ୍ସପ୍ରେସ୍‌ ଜମାଲପୁର ଓ କିଉଲ ଜଙ୍କଶନ ଅନ୍ତର୍ଗତ ଦଶରଥପୁର ଏବଂ ଧରହରା ‌ମଧ୍ୟରେ ଥିବା ସାରୋବାଗ ହଲ୍ଟ ନିକଟରେ ଟ୍ରେନ୍ ବଗିରେ ନିଆଁ ଲାଗିଥିଲା। ଟ୍ରେନ୍‌ରେ ଜେନରେଟର ଥିବା ବଗିରେ ନିଆଁ ଲାଗିଥିଲା। ଏଥିରେ କେହି ମୃତାହତ ହୋଇଥିବା ଜଣାପଡିନାହିଁ । ରେଲ୍‌ୱେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply