ନିଆଁରେ ପୋଡି ହୋଇ ବୃଦ୍ଧା ଅର୍ଦ୍ଧଦଗ୍ଧ

0

ନୀଳଗିରି : ନିଆଁରେ ପୋଡି ହୋଇ ବୃଦ୍ଧା ଅର୍ଦ୍ଧଦଗ୍ଧ ହୋଇଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ଆନନ୍ଦପୁର ଗ୍ରାମର ଭଗୁ ନାୟକଙ୍କ ସ୍ତ୍ରୀ ପାର୍ବତୀ (୬୦)। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଯାଇଥିଲା। ଏହି ସମୟରେ ପାର୍ବତୀ ନିଆଁକୁ ପଛ କରି ବସିଥିଲେ। ତାଙ୍କ ଅସାବଧାନତା ଯୋଗୁଁ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା। ବୃଦ୍ଧାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply