ଭିମସାରରେ କରୋନା ସ୍ଥିତି ଅସମ୍ଭାଳ, ପୁଣି ଗଲା ୮ ଜୀବନ

୪ ଦିନରେ ୪୧ ଜଣଙ୍କ ମୁଣ୍ଡ ନେଲାଣି କରୋନା

ବୁର୍ଲା: ଇତିମଧ୍ୟରେ ବୁର୍ଲା ଭିମସାର କୋଭିଡ଼ ହସପିଟାଲ ହେବା ପରଠାରୁ ଅନେକଙ୍କ ଶହ ଶହ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଶୁକ୍ରବାର ମଧ୍ୟ ୮ ଜଣଙ୍କ ମୃତ୍ୟୁର କାରଣ ସାଜିଛି ଭିମସାରରେ କରୋନା। ମୃତକଙ୍କ ମଧ୍ୟରେ ସମ୍ବଲପୁରର ତିନିଜଣ ୫୨ ବର୍ଷିୟ ମହିଳା, ୩୬ ବର୍ଷିୟ ପୁରୁଷ ଏବଂ ୭୨ ବର୍ଷିୟ ବୃଦ୍ଧା, ବରଗ ଡ଼ର ଦୁଇଜଣ ୪୫ ବର୍ଷିୟ ପରୁଷ ଏବଂ ଏବଂ ୫୫ ବର୍ଷିୟ ମହିଳା, ଝାରସୁଗୁଡ଼ାର ୬୫ ବର୍ଷିୟା ବୃଦ୍ଧା, କଲାହାଣ୍ଡିର ୨୫ ବର୍ଷିୟା ମହିଳା ଏବ ବଲାଙ୍ଗିରର ୪୬ ବର୍ଷିୟ ମହିଳା ରୋଗୀ ରହିଛନ୍ତି। ୪ ଦିନରେ କରୋନା ସଂକ୍ରମଣ ୪୧ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ଯାହାକି ଏକ ଚିନ୍ତାଜନକ ବିଷୟ। ଭୟାନକ ସ୍ତିତିକୁ ଯାଉଛି ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ କରୋନା ସ୍ତିତି। ସେପଟେ ବର୍ତ୍ତମାନ ବୁର୍ଲାର ତ୍ରୁଟିପୁର୍ଣ୍ଣ ନଅତାଲା ବିଶିଷ୍ଟ ସଙ୍କୁଚିତ କୋଭିଡ଼ କୋଠାରେ ୧୯୦ରୁ ଊର୍ଦ୍ଧ୍ବ ରୋଗୀ ସଙ୍କୁଚିତ ବ୍ୟବସ୍ତାରେ ଚିକିତ୍ସାଧିନ ରହିଛନ୍ତି। ଏପରିକି କୋଠାରେ ଅଧିକ କ୍ଷମତା ବିଶିଷ୍ଟ ଶଯ୍ୟା ବ୍ୟବସ୍ତା କରାଯିବା ପାଇଁ ଶଯ୍ୟାଗୁଡିକୁ ଲାଗି ଲାଗି ପକାଇ ରଖାଯାଇଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ ଯାହାକି ଏକ ଚିନ୍ତାଜନକ ବିଷୟ।

ଏପରିକି ଗୋଟିଏ ପରେ ଗୋଟିଏ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ତା ପର୍ଯ୍ୟାୟକ୍ରମେ ବିଗିଡ଼ି ଯାଇ ସେମାନଙ୍କୁ ପରମୁହୁର୍ତ୍ତରେ ତାଙ୍କର ଅବସ୍ଥା ଶଙ୍କଟାପର୍ଣ୍ଣ ହୋଇପ ଡ଼ିବା ସହିତ ଆଇସିୟୁ ଶଯ୍ୟାର ଆବଶ୍ୟକତା ପଡ଼ୁଛି। ଏପରିକି ବାହାରୁ ଆସୁଥିବା କେତେକ ଶଙ୍କଟାପର୍ଣ୍ଣ ରୋଗୀଙ୍କୁ ଆଇସିୟୁ ଶଯ୍ୟା ଉପଲବ୍ଧ ନ ଥିବା କୁହାଯାଇ ସାଧାରଣ ଶଯ୍ୟାରେ ରହିବାକୁ ଆଇସିୟୁ ଶଯ୍ୟା ଖାଲିହେଲେ ମିଳିବ ବୋଲି ଡ଼ାକ୍ତର ବାଧ୍ୟହୋଇ କହୁଥିବା ଦେଖିବାକୁ ମିଳୁଛି। କେତେକ ରୋଗୀଙ୍କୁ ଆଇସିୟୁ ଶଯ୍ୟା ମିଳିବା ପୁର୍ବରୁ ମୃତ୍ୟୁହେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ବୁର୍ଲା ଭିମସାରର କୋଭିଡ଼ ସ୍ତିତି ଅତ୍ୟନ୍ତ ଉଦବେଗଜନକ ରହିଛି। ସୁଚନା ଥାଉକି, ପୁଣି ଗତ ଗୁରୁବାର ଦିନ ୧୧ ଜଣ, ବୁଧବାର ଦିନ ୧୧ ଜଣ, ଗତ ମଙ୍ଗଳବାର ୧୧ ଜଣ , ସୋମବାର ଦିନ ୬ ଜଣ, ରବିବାର ଦିନ ଭିମସାର କୋଭିଡ଼ ହସପିଟାଲରେ ୭ ଜଣ, ଶନିବାର ଦିନ ୮ ଜଣ କରୋନା ରୋଗୀ, ଶୁକ୍ରବାର ଦିନ ୯ ଜଣ, ଗୁରୁବାର ୭ ଜଣ, ଗତ ବୁଧବାର ଦିନ ମଧ୍ୟ ବୁର୍ଲା ଭିମସାରରେ ୮ ଜଣ, ଗତ ମଙ୍ଗଳବାର ଦିନ ୫ ଜଣ, ଗତ ସୋମବାର ଦିନ ୫ ଜଣ, ଗତ ରବିବାର ଦିନ ୬ ଜଣ, ଗତ ୧୦ ତାରିଖ ବୁର୍ଲା ୨ ଜଣ, ଗତ ୯ ତାରିଖ ଦିନ ୪ ଜଣ, ଗତ ୮ ତାରିଖ ଦିନ ୨ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି।

ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚି ସାରଲାଣି। ପ୍ରାୟ ୧୯୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ଏହି ସଙ୍କୁଚିତ କୋଠାରେ ରଖାଯାଇ ଚିକିତ୍ସା କରାଯାଉଛି। ବୁର୍ଲା ଭିମସାରର ବିଭିନ୍ନ ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ କରୋନା ସଂକ୍ରମିତ ବାହାରି କୋଭିଡ଼ ହସପିଟାଲକୁ ସ୍ତାନାନ୍ତରିତ ହୋଇ ଚାଲିଛନ୍ତି। କରୋନା ସଂକ୍ରମିତଙ୍କ ଭିଡ଼ରେ ଉବୁଟୁବୁ ଭିମସାରର କୋଭିଡ଼ ହସପିଟାଲ ବର୍ତ୍ତମାନ ସୁଦ୍ଧା ସମସ୍ତ ଗୁରୁତରଙ୍କୁ ଭେଣ୍ଡିଲେଟର ଶଯ୍ୟା ପ୍ରଦାନ କରାଯାଇ ପାରୁ ନାହିଁ। ଏହା ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ପାଇ ଚାଲିଛି। ଦୈନିକ ବୁର୍ଲା ସହର ମଧ୍ୟରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଚିନ୍ତାଜନକ ସ୍ତିତିକୁ ଯାଇଥିବା ବେଳେ କେତେକ କ୍ଷେତ୍ରରେ କିଛିଙ୍କ କୋଭିଡ଼ ଲକ୍ଷଣ ରହିଥିଲେ ସୁଦ୍ଧା ସେମାନେ ପରୀକ୍ଷା କରାଇବାକୁ କୁଣ୍ଠାପ୍ରକାଶ କରିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ସେପଟେ ଭିମସାରରେ ଧିରେ ଧିରେ ସାଧାରଣ ରୋଗୀ ବା ନନକୋଭିଡ଼ ରୋଗୀଙ୍କ ଚିକିତ୍ସାରେ ବ୍ୟତିକ୍ରମ ଦେଖାଦେବା ଆରମ୍ଭ କଲାଣି ଯାହାକି ଏକ ଚିନ୍ତାଜନକ ବିଷୟ। ପଶ୍ଚିମ ଓ ଡ଼ିଶାର ଏହି ସ୍ୱାସ୍ଥ୍ୟକେନ୍ଦ୍ର ଧିରେ ଧିରେ ପୁର୍ଣ୍ଣ ମାତ୍ରାରେ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ରୁପାନ୍ତରିତ ହେବା ସ୍ତିତିକୁ ଆସିଯିବା ନେଇ ସ୍ତାନିୟ ମହଲରେ ମତପ୍ରକାଶ ପାଉଛି।

Comments are closed.