ବୁର୍ଲା ବିଷ୍ଣୁମନ୍ଦିର ପଡ଼ା ଚୋରୀ ଘଟଣା ; ପାଞ୍ଚଜଣ ଦୁବୁର୍ତ୍ତ ଗିରଫ ଓ କିଛି ସୁନାଗହଣା ଟଙ୍କା କବତ

ବୁର୍ଲା : ବୁର୍ଲା ପୁଲିସ ଦୁଇମାସ ତଳେ ବୁର୍ଲା ବିଷ୍ଣୁମନ୍ଦିର ପଡ଼ାରେ ଘଟିଥିବା ଏକ ବଡ଼ ଧରଣର ଚୋରୀ ଘଟଣାରେ ପାଞ୍ଚଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ମେ’ ମାସରେ ବିଷ୍ଣୁମନ୍ଦିର ପଡାର ରାଜେନ୍ଦ୍ର କୁମାର ପାତ୍ରଙ୍କ ଘର ସିଟ ଭାଙ୍ଗି ୧୫ ଭରି ସୁନାଗହଣା ଏବଂ ୫ କିଲୋଗ୍ରାମ ରୁପା ସାମଗ୍ରୀ ସମେତ ନଗଦ ୪୦ ହଜାର ନଗଦ ଟଙ୍କା ଚୋରୀ ହୋଇଥିବା ନେଇ ମେ’ ମାସ ୨୬ ତାରିଖ ବୁର୍ଲା ଥାନାରେ କେସ ରୁଜୁ କରିଥିଲେ। ପୁଲିସ ବିଳମ୍ବ ହେଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ୫ ଜଣ ଦୁର୍ବୁତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଦୁର୍ବୁତ୍ତଙ୍କ ମଧ୍ୟରୁ ୩ ଜଣ ସାବାଳକ ଏବଂ ୨ ଜଣ ନାବାଳକ ଅଭିଯୁକ୍ତ ରହିଥିବା ପୁଲିସ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ସୁଚନା ଦିଆଯାଇଛି। ତେବେ ଗିରଫ ୩ ସାବାଳକ ଅଭିଯୁକ୍ତଙ୍କ ମଧ୍ୟରେ ବୁର୍ଲା ଡେଲି ମର୍କେଟର ସଞ୍ଜୟ ସା (୨୯), ତିଅରପଡାର ମହେନ୍ଦ୍ର ଡାକୁଆ ଓରଫ ମୁନା(୨୮) ଏବଂ ବିଷ୍ଣୁ ମନ୍ଦିର ପଡାର ମହମ୍ମଦ ସୁଲେମାନ (୨୨) ଗିରଫ ହୋଇଛନ୍ତି।  ଏହି ଅଭିଯୁକ୍ତ ମାନଙ୍କ ଠାରୁ  ୩ ଭରିର ସୁନା ଗହଣା, ଏକ ଭରିର ଦୁଇଟି ଚେନ, ଏକ ଭରିର ଗୋଟିଏ ସୁନା ମୁଦି ସମେତ ନଗଦ ୫,୫୦୦ ଟଙ୍କା ପୁଲିସ ଜବତ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇଜଣ ନାବାଳକ ଅଭିଯୁକ୍ତଙ୍କୁ ମଧ୍ୟ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ଜଣାପଡିଛି। ଘଟଣାରେ ଆହୁରି କିଛି ଅଭିଯୁକ୍ତ ଏବେବି ପୁଲିସ ପହଞ୍ଚରୁ ଦୁରରେ ରହିଛନ୍ତି ତାଙ୍କୁ ଧରିବା ପାଇଁ ପୁଲିସ ଯୋଜନା କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରାଜେନ୍ଦ୍ର ବୁର୍ଲା ଥାନାରେ ଗତ ମେ’ ମାସ ୬ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ତାଙ୍କ ପତ୍ନି ଏବଂ ଝିଅଙ୍କ ସହିତ  ତାଙ୍କ ସମ୍ପର୍କିୟଙ୍କ ଘରକୁ ବ୍ରହ୍ମପୁର ଚିକିତ୍ସା ପାଇଁ ଯାଇଥିଲେ। ତେବେ ସେଠାରେ କୋଭିଡ ପଜିଟିଭ ଚିହ୍ନଟ ହେବା ସହିତ ଗୁରୁତର ଅସୁସ୍ଥ କାରଣରୁ ଦୀର୍ଘ ଦିନ ଧରି ସେଠାରେ ରହିଥିଲେ। ତେବେ ଗତ ମେ ମାସ ୨୬ ତାରିଖ ଦିନ ବୁର୍ଲାରେ ଥିବା ତାଙ୍କ ପଡୋଶୀ ତାଙ୍କୁ ଫୋନ କରି ଘର କବାଟ ଭଙ୍ଗାଥିବା ନେଇ ସୂଚନା ଦେଇଥିଲେ। ଏହାପରେ ଶ୍ରୀ ଚୋଧୂରୀ ସେହିଦିନ ରାତିରେ ହିଁ ଖବର ପାଇ ବୁର୍ଲା ଚାଲି ଆସିଥିଲେ। ଘର ଉପରୁ ସିଟ ଭାଙ୍ଗି ଏବଂ ଏକ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରିଥିବା ଜାଣିବାକୁ ପାଇଥିଲେ। ତେବେ ରାଜେନ୍ଦ୍ରଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବୁର୍ଲା ଥାନା ଅଧିକାରୀ ସୂଚନା ଦେଇଥିଲେ। ତେବେ କିଛି ସୁନାଗହଣା ଏବଂ ଟଙ୍କା ଜବତ ହୋଇଥିବା ବେଳେ ଆହୁରୀ ଅନେକ ସୁନାଗହଣା ବର୍ତ୍ତମାନ ସୁଦ୍ଧା ଜବତ ହୋଇପାରି ନାହିଁ ଏବଂ କିଛି ଘଟଣାରେ ସମ୍ପୃକ୍ତ ଦୁବୁର୍ତ୍ତମାନ ପୁଲସ ଅପହଞ୍ଚରେ ରହିଛନ୍ତି।

Comments are closed.