ବୁର୍ଲା ଥାନା ସିଲ୍ : ସଂକ୍ରମିତ ହେଲେ କନେଷ୍ଟବଳ, କ୍ବାରେଣ୍ଟାଇନକୁ ଗଲେ ସମସ୍ତ ଅଧିକାରୀ

ଦିର୍ଘ ୧୨ ଦିନ ପରେ ଆସିଲା ସଂକ୍ରମିତଙ୍କ ପିଜିଟିଭ ରିପୋର୍ଟ

ବୁର୍ଲା : ବୁର୍ଲା ଥାନାରେ ଆଜି କରୋନା ତାର ସ୍ତିତି ଜାହିର କରିବା ଥାନା କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣର ଭୟ ସୃଷ୍ଟି କରିଥିଲା। ବୁର୍ଲା ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ କରୋନା ସଂକ୍ରମିତ ହେବା ପରେ ଆଜି ବୁର୍ଲା ଥାନାକୁ ସାନିଟାଇଜ କରି ସିଲ କରି ଦିଆଯାଇଥିବା ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି। ଏଥିସହିତ ବୁର୍ଲା ଥାନାର ସମସ୍ତ ଅଧିକାରୀ ତଥା କର୍ମଚାରୀ କ୍ବାରେଣ୍ଟାଇନ ଯାଇଥିବା ସୁଚନା ମିଳିଛି। ପୂର୍ବରୁ ବୁର୍ଲା ଭିମସାର ମେଡିକାଲ ଫାଣ୍ଡି ଅଧିକାରୀ କରୋନା ସଂକ୍ରମିତ ହେବାପରେ ମେଡିକାଲ ଫାଣ୍ଡିକୁ ସିଲ କରାଯାଇ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଛି। ତେବେ ଏହାର ପ୍ରାୟ ୪ ଦିନ ପରେ ବୁର୍ଲା ଥାନାରେ କର୍ମଚାରୀ ସଂକ୍ରମଣ ପୁଲିସ ବ୍ୟବସ୍ତାର ମୁଣ୍ଡ ବଥାର କାରଣ ପାଲଟିଛି। କର୍ମଚାରୀ ସଂଖ୍ୟା ବୁର୍ଲାରେ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ କରୋନା ଲଥା ଲକଡ଼ାଉନ ସ୍ତିତିରେ ସହରର ବ୍ୟବସ୍ତା ସମ୍ଭାଳିବା ଏକ ଚେଲେଞ୍ଜ ହୋଇଛି।

ସେପଟେ ଅନ୍ୟ ଏକ ପ୍ରସଙ୍ଗ ବୁର୍ଲା ଥାନାରେ ଆଜି କରୋନା ଚିହ୍ନଟ ହୋଇଥିବା କନେଷ୍ଟବଳଙ୍କ କରୋନା ରିପୋର୍ଟ ଦିର୍ଘ ୧୨ ଦିନ ପୁର୍ବରୁ ସ୍ୱାବ ନିଆଯାଇଥିବା ବେଳେ କରୋନା ରିପୋର୍ଟ ଆଜି ଆସିଥିବା ଆକ୍ରାନ୍ତ କନେଷ୍ଟବଳ ସୂଚନା ଦେଇଛନ୍ତି। ତେବେ ସେ କୋଭିଡ୍‍ ଡ୍ୟୁଟିରେ ରହିଥିବା ସମୟରେ ଗତ ୩୦ ତାରିଖ ଦିନ ତାଙ୍କୁ ଜ୍ୱର ହୋଇଥିଲା। ତେବେ ୩୧ ତାରିଖ ଦିନ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାବ ସଂଗ୍ରହ କରଯାଇ ପରୀକ୍ଷା ପାଇଁ ପ୍ରେରିତ କରାଯାଇଥିଲା। ଏହାପରେ ସେ ସଙ୍ଗରୋଧରେ ରହିଥିଲେ। ତେବେ ଏହାର କିଛି ଦିନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନ ଆସିବାରୁ ସେ ନିଜେ କିଛି ମେଡିସିନ ଆଣି ଖାଇଥିଲେ। ପରେ ଜ୍ୱର ଭଲ ହେବା ସହିତ ତଥାପି ଅସୁସ୍ଥ ରହିଥିଲେ। ସ୍ୱାବ ଦେବାର ଇତିମଧ୍ୟରେ ଦଶଦିନ ବିତି ଯାଇଥିଲା ମଧ୍ୟ କୌଣସି ରିପୋର୍ଟ ବା ମୋବାଇଲକୁ କୌଣସି ସୂଚନା ନ ଆସିବାରୁ ସେ ସୁସ୍ଥ ହେବା ପରେ ଆଜି ବୁର୍ଲା ଥାନାରେ କାର୍ଯ୍ୟରେ ଯୋଗଦେଇଥିଲେ। ତେବେ ସେ ଆଜି ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ବୁର୍ଲା ଭିମସାରରୁ ଫୋନ ଆସି ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ବାହାରିଥିବା ସୂଚନା ଦିଆଯାଇଥିଲା ଏବଂ ତାଙ୍କୁ ଘରକୁ ଯିବା ପାଇଁ ପରାମର୍ଶ ଦିଆ ଯାଇଥିଲା।

ତେବେ ବର୍ତ୍ତମାନ ସେ ହୋମ୍‍ ଆଇସୋଲେସନରେ ରହିଥିବା ସଂକ୍ରମିତ କନେଷ୍ଟବଳ ସୂଚନା ଦେଇଛନ୍ତି। ଏଥିସହିତ ଦିର୍ଘ ୧୨ ଦିନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆ ନ ଯିବା ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଜିଲା ପ୍ରଶାସନ ହୁଅନ୍ତୁ ବା ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ହେଉ ରିପୋର୍ଟ ଆସିବାରେ ଅନେକ କ୍ଷେତ୍ରରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ଯାହା ଫଳରେ କରୋନା ସଂକ୍ରମଣ ସ୍ଥିତି ଆହୁରୀ ବୃଦ୍ଧି ପାଇ ଚାଲିଛି। ଫଳରେ ସଂକ୍ରମିତ ରୋଗୀମାନେ ମଧ୍ୟ ଏହି ବିଳମ୍ବ ଯୋଗୁଁ କିଏ ଗୁରୁତର ଅସୁସ୍ଥ ହେଉଛନ୍ତି ତ ଆଉ କିଏ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ତେବେ କାହିଁକି ରିପୋର୍ଟ ଆସିବାବେ ବିଳମ୍ବ ହେଉଛି ବୋଲି ବୁର୍ଲା ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହରଙ୍କୁ ପଚରା ଯିବାରୁ ପରୀକ୍ଷା ତୁଳନାରେ ସ୍ୱାବ ନମୂନା ଅଧିକରୁ ଅଧିକ ଆସୁଛି ଯାହା ଫଳରେ ଟେଷ୍ଟ କରିବାରେ ସାମାନ୍ୟ ବିଳମ୍ବ ହେଉଛି ବୋଲି କହିଛନ୍ତି। ତେବେ ଏଭଳି ବିଳମ୍ବ ଯୋଗୁଁ ଯଦି କୌଣସି କରୋନା ରୋଗିଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡ଼ି କୌଣସି ଅପ୍ରିତିକର ପରିସ୍ତିତି ସୃଷ୍ଟି ହୁଏ ତା ହେଲେ ଏହା ପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠୁଛି। ଏତାଦୃଶ ଗୁରୁତର ଅବ୍ୟବସ୍ଥା ଯୋଗୁଁ ଏଭଳି ଘଟଣା ମାନ ଘଟୁଥିବା ସାଧାରଣ ମହଲରେ ସମାଲୋଚନା ହେଉଛି। ସେପଟେ ବୁର୍ଲା ଥାନା ସିଲ ହେବା ପରେ ସହରର ପୁଲିସ ବ୍ୟବସ୍ତା ଚିନ୍ତାରେ ରହିଛନ୍ତି। ତେବେ ଏହାକୁ ନେଇ ବୁର୍ଲା ଏସଡ଼ିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଥାନା ସିଲ ହେବା ପରେ ଥାନା ସମ୍ମୁଖରେ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ କିଛି ମାତ୍ରାରେ କର୍ମଚାରୀ ଜ୍ୟୋତିବିହାର ତଥା ଅନ୍ୟ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇ ବୁର୍ଲା ସହରର ସ୍ତିତି ଉପରେ ନଜର ରଖାଯିବ ବୋଲି ସୁଚନା ଦେଇଛନ୍ତି। ଏହା ସହିତ ରିପୋର୍ଟ ବିଳମ୍ବରେ ଆସିଥିବା ସୁଚନା ଦେଇଛନ୍ତି।

Comments are closed.