ରେଳ ଧାରଣାକୁ ଡେଇଁ ଯୁବକ ଯୁବତୀଙ୍କ ଆତ୍ମହତ୍ୟା !

ବୁର୍ଲା: ରେଳ ଧାରଣାକୁ ଡେଇଁ ଯୁବକ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ ।  ବୁର୍ଲା ରେଳବାଇ ଓଭର ବ୍ରିଜ ତଳେ ଥିବା ରେଳ ଧାରଣାକୁ ଡେଇଁ ଜଣେ ଯୁବକ ଓ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏହି ଯୁବକ ଯୁବତୀ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉ ଥିବା ବେଳେ ଉଭୟଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ବୁର୍ଲା ଥାନାର ପିସିଆର ଭ୍ୟାନ ପହଞ୍ଚିବା ସହ ତଦନ୍ତ ଚଳାଇଛି । ତେବେ ଦୁଇଜଣଙ୍କ ମୃତଦେହର କିଛି ଦୂରରେ ଏକ ବାଇକ୍‌ ଥିବା ଦେଖିବାକୁ ମିଳିଛି ।

Comments are closed.