ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ, ୧୯ଟି ନୂତନ ପ୍ରଜାତିର ପକ୍ଷୀଙ୍କ ଆଗମନ

୧୦୪ ପ୍ରଜାତିର ରେକର୍ଡ଼ ସଖ୍ୟକ ୨ଲକ୍ଷ ୮ ହଜାର ପକ୍ଷୀଙ୍କ ଆଗମନ

ବୁର୍ଲା: ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ଗତ ନଭେମ୍ବର ମାସରୁ ବିଦେଶୀ ପରିବ୍ରାଜକ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଗତ ୭ ତାରିଖରୁ ଏହି ପକ୍ଷୀଗଣନା ଆରମ୍ଭ ହେବା ସହିତ ଚୁଡ଼ାନ୍ତ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ୧୦୪ ପ୍ରଜାତିର ୨ଲକ୍ଷ ୮ ହଜାର ପକ୍ଷୀ ଆଗମନ ହୋଇଛି ବୋଲି ଜିଲା ବନ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସ୍ପଟ ବିଲ ଡକ, ହ୍ୱିସିଲିଂ ଡକ, ବାର୍ଡେଡ ବଲ୍କ, ଷ୍ଟଟେଡ଼ ଡକ, କମନ ପୋଚାଡ, ଗଲ, ରଡ଼ିସେଲ ଡକ ସହିତ ୧୯ ଟି ନୂତନ ପ୍ରଜାତି ବ୍ଲାକ ବିଟେନ, ପେରିଗ୍ରାଇନ ଫାଲକନ, ସ୍ୱିଫ୍ଟ, ବ୍ଲାକ ହେଡେଡ ଇବିସ, ରଡ଼ି କ୍ରାକ୍, ବ୍ୱାଇଟ ବେଲିଡ଼ ସି, ଇଗଲ, ଫଲଭସ ବ୍ୱିସଲିଙ୍ଗ ଡକ, ପାଏଡ଼ ବୁସର୍ଟ, ଲଙ୍ଗ ଟେଲଡ ଷ୍ଟ୍ରାଇକ, ଷ୍ଟ୍ରିଆଟେଡ ହେରନ, ପେଡି ଫିଲଡ୍‌, ପିପିଟ, ବ୍ଲାକ ସୋଲଡ଼ର କାଇଟ, ବିୟର୍ସ ପୋର୍ଡ଼, ୱେଷ୍ଟର୍ଣ୍ଣ ୟିଏଲୋ ୱାଗଟେଲ, ନବ ବାଇଲଡ ଡକ, ସିବେରିୟନ ରୁବି ଥ୍ରୋଟ, ରେଡ଼ୱିଂଡ ବୁସ ଲାର୍କ, କ୍ରେଷ୍ଟେଡ଼ ଲର୍କ, ଗ୍ରୀନ ସେଣ୍ଡପାଇପର ପ୍ରଜାତିର ପକ୍ଷୀ ହୀରାକୁଦ ଆସିଛନ୍ତି ବୋଲି ଜିଲା ବନ୍ୟ ଅଧିକାରୀଙ୍କ ସୁତ୍ରରୁ ସୂଚନା ଦେଇଛନ୍ତି। ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ଯେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ବିଦେଶୀ ପକ୍ଷୀ ଆସିଥିବା ବେଳେ ୧୯ଟି ନୂତନ ପ୍ରଜାତିର ପକ୍ଷୀ ଆସିଛନ୍ତି। ସେଥିମଧ୍ୟରେ ୫ଟି ପ୍ରଜାତିର ରେକର୍ଡ ସଂଖ୍ୟକ ପକ୍ଷୀ ରହିଛନ୍ତି। ଲେସର ବ୍ୱିସଲିଙ୍ଗ ଡକ୍ ୫୨ ହଜାର ୩୩୫, ଟଫ୍ଟେଡ ଡକ୍ ୨୭ ହଜାର ୬୭୭, କମନ କୁଟ ୨୧ ହଜାର ୨୪୪, ଲିଟିଲ କର୍ମୋରାଣ୍ଟ ୧୩ ହଜାର ୭୬ ଏବଂ ରେଡ୍ କ୍ରେଷ୍ଟଡ୍ ପୋ·ର୍ଡ ୧୧ ହଜାର ୨୨୦ଟି ପକ୍ଷୀ ଆସିଥିବା ସୂଚନା ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ହୀରାକୁଦର ବିସ୍ତିର୍ଣ୍ଣ ଜଳରାଶିେରେ ସମୁଦାୟ ୧୫ଟି ସେକ୍ଟରରେ ଏହି ପକ୍ଷୀଗଣନା କରାଯାଇଥିଲା। ସମୁଦାୟ ୫୩୩ ବର୍ଗ କିଲୋମିଟର ଏବଂ ୫.୭ ବର୍ଗ କିଲୋମିଟରରେ ପକ୍ଷୀଗଣନା କରାଯାଇଥିଲା। ଏହା ନିମିତ୍ତ ସମୁଦାୟ ୩୮ଟି ଦଳ ଯେଉଁ ଦଳରେ ବାହାର ବିଶେଷଜ୍ଞଙ୍କ ୧୭ ଜଣଙ୍କ ସମେତ ବନ୍ୟ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ। ଏହି ପକ୍ଷୀଗଣନାରେ ସମୁଦାୟ ୩୦ଟି ବୋଟକୁ ପକ୍ଷୀଗଣନାରେ ସାମିଲ କରାଯାଇଥିଲା ବେଳେ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତି ଅନ୍ତରାଦି-ସକସୋଡା ଗ୍ରାମ ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯାଇଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ ପକ୍ଷୀଗଣାନାରେ ୩୮ ବର୍ଗକିଲୋମିଟର ସୀମାବୃଦ୍ଧି କରାଯାଇ ଓଡ଼ିଶା-ଛତିଶଗଡ଼ ସୀମା ପର୍ଯ୍ୟନ୍ତ ସାମିଲ କରାଯାଇଥିବା ବନ୍ୟବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।

Comments are closed.