ବୁର୍ଲା ଝାକରାଣୀ ମନ୍ଦିର ପାର୍ଶ୍ବରେ ଜଳକ୍ରୀଡ଼ାରେ ପାରାସେଲିଙ୍ଗ ଆରମ୍ଭ

ବୁର୍ଲା: ହୀରାକୁଦ ଜଳଭଣ୍ଡାରରେ ଗତ ଏପ୍ରିଲ ମାସ ୧ ତାରିଖରୁ ନୌବିହାର ପାଇଁ ଜଳକ୍ରୀଡ଼ା ପଶ୍ଚିମ ଓଡ଼ିଶାରେ ପର୍ଯ୍ୟାଟନ କ୍ଷେତ୍ରରେ ଯୋଡ଼ି ହୋଇଥିଲା। ହାତପାହାନ୍ତାରେ ପର୍ଯ୍ୟାଟକ ତଥା ପଶ୍ଚିମ ଓଡ଼ିଶା ଏହି ଜଳକ୍ରୀଡ଼ା ମଜା ଉଠାଇ ପାରୁଛନ୍ତି। ହୀରାକୁଦ ଜଳଭଣ୍ଡାରର ରାଇଟ ଡ଼ାଇକ ବୁର୍ଲା ପଟେ ଝାକରାଣୀ ମନ୍ଦିର ଅନତି ଦୁରତାରେ ଜଳକ୍ରୀଡ଼ା ବ୍ୟବସ୍ତା ହୋଇଛି। ତେବେ ନୌବିହାର ସାଙ୍ଗକୁ ଏହି ଜଳକ୍ରୀଡ଼ାରେ ପାରାସେଲିଙ୍ଗ ବା ଆକାଶଛତାରେ ପାଣି ଉପରେ ବୋଟ ସହିତ ସଂଲଗ୍ନ ରହି ଉଡ଼ିବା ପରି ନିଆରା ବ୍ୟବସ୍ତା ଆରମ୍ଭ ହୋଇଛି।

ଶୁକ୍ରବାର ପରିଚାଳନା ସଂସ୍ଥା ଅକେଲା ପକ୍ଷରୁ ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ପାଣି ଉପରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଉଡ଼ିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଚଳିତ ବର୍ଷ ଗତ ଏପ୍ରିଲ ମାସ ୧ ତାରିଖରେ ଏହି ଜଳକ୍ରୀଡ଼ାକୁ ଉଦଘାଟିତ କରାଯାଇ ଥିଲା। ମାତ୍ର ମଝିରେ କରୋନା ସଂକ୍ରମଣର ମାତ୍ରା ବୃଦ୍ଧି ପାଇବା ଫଳରେ ଏଥିରେ କିଛିଦିନ ବିରାମ ଲାଗିଯାଇଥିଲା ମାତ୍ର ପୁଣି ଏହା ଆରମ୍ଭ ହୋଇଛି। ଜଳକ୍ରୀଡ଼ା ବ୍ୟବସ୍ତାରେ ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରର ନିଳ ଜଳରାଶିର ଆନନ୍ଦ ଉଠାଇବା ପାଇଁ ନୌକାବିହାର, ଜେଟ ସ୍କି, ୱାଟର ସ୍କୁଟର, ବନାନା ବୋଟ, ବମ୍ପର ବୋଟ, ସ୍ପିଡ଼ ବୋଟ, ପାଡ଼ାଲ ବୋଟ, କାୟାକ ବୋଟ ଏବଂ ଫେମଲି ବୋଟ ଆଦିର ବ୍ୟବସ୍ତା ପୁର୍ବରୁ ରହିଛି।

Comments are closed.