ଓଡ଼ିଶାର ଶିଳ୍ପକୁ ପର୍ଯ୍ୟାପ୍ତ କୋଇଲା ଯୋଗାଣ ଦାବିକଲା ଆଞ୍ଚଳିକ ବିସ୍ଥାପିତ ସଚେତନ ମଞ୍ଚ

ବୁର୍ଲା: ଓଡ଼ିଶାରେ ଥିବା କଳକାରଖାନାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଯୋଗାଇବା ପାଇଁ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ କୋଇଲା କମିଶନରଙ୍କ ଠାରେ ଦାବି କରାଯାଇଛି। ଆଜି ମଞ୍ଚର ଏକ ପ୍ରତିନିଧି ଦଳ ବୁର୍ଲାର ଜାଗୃତିବିହାର ଠାରେ ଏମ୍ସିଏଲ୍ର ମହାପ୍ରବନ୍ଧକ (କାର୍ମିକ) ଆର ଏଲ୍ ଥାଟିକଙ୍କୁ ଏ ବାବଦରେ ଏକ ୭ ଦଫା ସମ୍ବଳିତ ସ୍ମାରକପତ୍ର ଏମସିଏଲର ମୁଖ୍ୟ ପରି·ଳନା ନିର୍ଦ୍ଦେଶକ ଏବଂ ଭାରତର କୋଲ କମିଶନରଙ୍କ ଉଦ୍ୟୋଶ୍ୟରେ ପ୍ରଦାନ କରିଥିଲେ। ଶହ ଶହ ମାତ୍ରାରେ ଆଞ୍ଚଳିକ ବିସ୍ଥାପିତ ସଚେତନ ମଞ୍ଚ ତରଫରୁ ସମାଗମ ମହାନଦୀ କୋଲ ଫିଲଡ଼ ଲିମିଟେଡ଼ର ଜାଗୃତୀ ବିହାର ଠାରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରାଜ୍ୟର ଅର୍ଥନୀତିର ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ୧୦୦ ପ୍ରତିଶତ କୋଇଲା ଯୋଗାଣ, କୋଇଲା ଆବଶ୍ୟକତା ଦୂର କରିବା, ସାମାଜିକ-ଅର୍ଥନୀତି ଅଭିବୃଦ୍ଧି ପାଇଁ ପଦକ୍ଷେପ ନିଆଗଲେ ଖଣି ଓ କଳକାରଖାନାରେ ନିଯୁକ୍ତି ସୃଷ୍ଟି ସହିତ ପୂର୍ବ ଭଳି ଜିଏସ୍ଡିପି ବଜାୟ ରହିବ ବୋଲି ସ୍ମାରକପତ୍ରରେ କୁହାଯାଇଛି। କମ୍ପାନୀ ବାର୍ଷିକ ୧୪୪ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରୁଛି।

 

ଓଡ଼ିଶାର କଳକାରଖାନାମାନେ ୩୪ ରେକ୍ର କୋଇଲା ଆବଶ୍ୟକ କରୁଛନ୍ତି। ଏହାକୁ ପୂରଣ କରିବା ଦିଗରେ ଅସୁବିଧା ନାହିଁ। କାରଣ କୋଇଲା ଖଣିରୁ ୧୦୦ କିଲୋମିଟର ଦୂରରେ କଳକାରଖାନାଗୁଡ଼ିକ ରହିଛି ବୋଲି ଆଞ୍ଚଳିକ ବିସ୍ଥାପିତ ସଚେତନ ମଞ୍ଚର ସଭାପତି ତାପସ ରାୟ ଚୌଧୁରୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚର କର୍ମକର୍ତ୍ତା ଓ ବହୁ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ। ଉପସଭାପତି ଫିଆବି ସିଂ ଏବଂ ହରିଶ ଗଣନ୍ତ୍ରା, ସାଧାରଣ ସମ୍ପାଦକ ରାମମୋହନ ରାଓ, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ସରକାର ଏବଂ ବିଶ୍ୱେଶର ରାଓ, କୋଷାଧ୍ୟକ୍ଷ ସନ୍ଦୀପ ଅବସ୍ତି ପ୍ରମୁଖଙ୍କ ସହିତ ଶହ ଶହ ମାତ୍ରାରେ ସଭ୍ୟ ମାନେ ଉପସ୍ତିତ ରହିଥିଲେ।

Comments are closed.