ଘରୋଇ କଳହର କରୁଣ ପରିଣତି: ଆତ୍ମହତ୍ୟା ପାଇଁ ପାୱାର ଚାନେଲ ବ୍ରୀଜରୁ ଡ଼େଇଁଲେ ମହିଳା

ଜୀବିତ ଅବସ୍ଥାରେ ଗଭିର ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବୁର୍ଲା: ବୁର୍ଲା ପାୱାର ଚାନେଲ ବ୍ରିଜରୁ ପୁଣି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। କିନ୍ତୁ ମହିଳାଙ୍କୁ ଏଥର ଜୀବିତ ଅବସ୍ଥାରେ ଗଭିର ପାଣିରୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ ମହିଳା ଜଣକ ଘରୋଇ କାରଣକୁ କେନ୍ଦ୍ର କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ପୁଲିସ ଏନେଇ ଏକ ମାମ୍ଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମହିଳା ଜଣକ ବୁର୍ଲା ସଦେଇ ପାଲି ଅଂଚଳର ମୀନକେତନ ଦାସଙ୍କ ସ୍ତ୍ରୀ ରଶ୍ମିତା ଦାସ (୨୯) ବୋଲି ଜଣାପଡିଛି ।

 

ମିଳିଥିବା ସୂଚନା ଅନୁଯାୟୀ ମୀନକେତନଙ୍କ ପରିବାର ରେ କୌଣସି କାରଣ କୁ କେନ୍ଦ୍ର କରି ପାରିବାରିକ କଳହ ଦେଖାଦେଇଥିଲା । ତେବେ ଏଥିରେ ମୀନକେତନଙ୍କ ସ୍ତ୍ରୀ ରଶ୍ମିତା ରାଗିଯାଇ ଆଜି ସକାଳ ସମୟରେ ଘରୁ ସିଧାସଳଖ ପିସିବ୍ରିଜ ଅଭିମୂଖେ ଆତ୍ମହତ୍ୟା କରିବା ଉଦ୍ୟୋଶ୍ୟରେ ଚାଲିଆସିଥିଲେ। ରଶ୍ମିତା ନିଜ ଜିଦ୍ରେ ଅଟଳ ରହି ପିସିବ୍ରିଜ୍ ଉପରୁ ପାୱାର୍ କେନାଲକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ସେହି ସମୟରେ ଅନେକେ ରଶ୍ମୀତାଙ୍କ ପାଣିକୁ ଡ଼େଇଁବା ସମୟରେ ଦେଖିବାକୁ ପାଇ ଗଣମାଧ୍ୟମକୁ ଖବର ଦେଇଥିଲେ।ଏହାପରେ ଏହି ଖବର ପାଇଁ ବୁର୍ଲା ଅଗ୍ନିଶମ ବିଭାଗକୁ ତୁରନ୍ତ ଦିଆଯିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ବୋଟ ଏବଂ ସ୍ତାନିୟ ମାଛଧରାଳି ମଧ୍ୟ ଡଙ୍ଗାରେ ଯାଇ ରଶ୍ମିତାଙ୍କୁ ଜୀବିତ ଅବସ୍ଥାରେ ଗଭିର ପାଣିରୁ ଉଦ୍ଧାର କରିଥିଲେ । ତେବେ ରଶ୍ମିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ପୁଲିସ ମେଡିକାଲ ରେ ଭର୍ତ୍ତି କରିଥିବା ଜଣାପଡିଛି। ଅଗ୍ନିଶମ ବାହିନୀର ତ୍ୱରିତ୍ ପଦକ୍ଷେପ ଏବଂ ମାଛଧରାଳିଙ୍କ ସହଯୋଗ ଯୋଗୁଁ ରଶ୍ମିତାଙ୍କ ଜୀବନ ବଂଚିଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ପୁଲିସ ରଶ୍ମିତାଙ୍କ ସ୍ୱାମୀ ମିନକେତନକୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିବା ଜଣାପଡିଛି। ତେବେ ବ୍ରୀଜ ଉପରେ ସାଇଫୋନ ପଟ ଉଦ୍ଧାର ସ୍ତଳରେ ଅନେକ ଭିଡ଼ ସମାଗମ ହୋଇଥିଲା।

Comments are closed.