ବୁର୍ଲା ଭିମସାରରେ ୯ ଡ଼ାକ୍ତରଙ୍କୁ କରୋନା , ଭେଷଜ ବିଭାଗ ଓପିଡି ବନ୍ଦ

ବୁର୍ଲା: ବୁର୍ଲା ଭିମସାରରେ ଏକାସାଙ୍ଗରେ କିଛି ଵରିଷ୍ଠ ଡ଼ାକ୍ତରଙ୍କ ସହିତ ଅନ୍ୟ ଡ଼ାକ୍ତର ପ୍ରାୟ ୯ ଜଣ ଡ଼ାକ୍ତରଙ୍କ ସମେତ ୧୨ ଜଣ କରୋନା ପଜିଟିଭ ଵାହାରିବା ପରେ ମେଡ଼ିସିନ ଓପିଡି ଵନ୍ଦ କରି ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୩୧ ତାରିଖ ଦିନ ଏଚଡିୟୁ(ହାଇ ଡିଫେନସିଭ ୟୁନିଟ)ରୁ କରୋନା ପଜିଟିଭ ଚିହ୍ନଟ ହେବା ଲିଙ୍କରେ ଏହି ଡ଼ାକ୍ତରଙ୍କ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଗତକାଲି ସେହି ଏଚଡିୟୁର ୨ ଜଣ ରୋଗୀ କରୋନା ସଂକ୍ରମିତ ହୋଇଥିଵା ଵେଳେ ସେଥିମଧ୍ୟରୁ ଵଲାଙ୍ଗିର ଅଞ୍ଚଳର ୫୦ ଵର୍ଷିୟ ଏଚଡିୟୁର ରୋଗୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ସେପଟେ ପୂର୍ବରୁ ୩୯ ଜଣ କ୍ବାରେଣ୍ଟାଇନରେ ରହିଥିଲେ। ତେବେ ଏହି ସଂକ୍ରମିତ ତାଲିକା ଵୃଦ୍ଧି ହେବା ଆଶଙ୍କା  ରହିଥିବା ଵେଳେ ଭିମସାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ଵୈଠକ କରାଯିବ । ତେବେ ଭିମସାରରେ ସମୁଦାୟ ୪୦ ଜଣ କୋଭିଡ଼ ଯୋଦ୍ଧା ସଂକ୍ରମିତ ହୋଇ ସାରିଛନ୍ତି ।

Comments are closed.