ଢ଼ାବା କର୍ମଚାରୀଙ୍କୁ ହତ୍ୟା କଲେ ସହକର୍ମୀ, ହତ୍ୟା ପରେ ଶବ ପୋଡ଼ିବାକୁ ଉଦ୍ୟମ

ବୁର୍ଲା: ବୁର୍ଲା ସହରରେ ହୀରାକୁଦ ରେଳଷ୍ଟେସନ ସମ୍ମୁଖରେ ରହିଥିବା ଏକ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି। ଏହି ହତ୍ୟାକାଣ୍ଡ କାଉଣ୍ଟରରେ ବସି ଟଙ୍କା ସଂଗ୍ରହକୁ ନେଇ ଘଟିଥିବା ଜଣାପଡ଼ିଛି। ପ୍ରଥମେ ଯୁୁବକଙ୍କୁ ରାତିଅଧିଆ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ପୋଡିବାକୁ ଉଦ୍ୟମ କରିଥିଲେ। ଶବକୁ କାଦୁଅରେ ବୋଳିଲେ ଏବଂ ମଦନିଶାରେ ଚୁର ଅବସ୍ଥାରେ ଦୁରକୁ ଶବକୁ ନେଇ ପାରି ନ ଥିଲେ। ଗୁରୁବାର ସକାଳ ସମୟରେ ପଞ୍ଚମୁଖୀ ଢାବା ସମ୍ମୂଖରେ ଏକ ଶବ ପଡି ରହିଥିବା ଘଟଣା ଜଣାପଡିବା ପରେ ପୁଲିସ ପହଞ୍ଚି ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବା ଦେଖିବାକୁ ମିଳିଥିଲା। ମୃତକ ବୁର୍ଲା ବୋର୍ଡ କଲୋନୀର ସରତ ଚନ୍ଦ୍ର ଜେନା (୫୦)ଙ୍କୁ ଉକ୍ତ ଢାବା ମାଲିକଙ୍କ ତରଫରୁ କାଉଣ୍ଟରରୁ ଟଙ୍କା ସଂଗ୍ରହ କରିବା ପାଇଁ କ୍ଷମତା ଦିଆଯାଇଥିଲା। ଏହି କାରଣରୁ ହତ୍ୟା ଘଟଣା ଘଟିଥିବା ଜଣାପଡିଥିଲା। ସେପଟେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖି ଜେରା କରୁଥିବା ଜଣାପଡିଛି। ଅଟକ ଯୁବକଦ୍ୱୟ ସେହି ଢାବାରେ କିଛିବର୍ଷ ପୁର୍ବରୁ କାମ କରୁଥିବା ବେଳେ ସେମାନେ ହେଲେ ବରଗଡ ବରାହଗୁଡ଼ା ଅଞ୍ଚଳର ନାରାୟଣ ନନ୍ଦ ଓରଫ୍‍ ମୁନ୍ନା ଏବଂ ଅନ୍ୟଜଣେ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଚନ୍ଦ୍ରମଣୀ ବାଦୀ ଓରଫ ସୁରୁ(୪୫) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ସାଇଟିଣ୍ଟିଫିକ ଟିମ ମଧ୍ୟ ପହଞ୍ଚିଥିଲେ। ଉକ୍ତ ଢାବା ମଧ୍ୟରେ ପଡିଥିବା ପୋଡା କାଗଜ, ଶରତଙ୍କୁ ପୋଡିବା ପାଇଁ ବ୍ୟବହାର ହୋଇଥିବା ସାମଗ୍ରୀ, ହତ୍ୟାପାଇଁ ବ୍ୟବହାର ହୋଇଥିବା ଟାଙ୍ଗିଆ ଓ ଅନ୍ୟାନ୍ୟ ସାମଗ୍ରୀ ସାଇନଟିଫିକ ଟିମ ଜବତ କରିବା ସହ ପରିକ୍ଷା ପାଇଁ ଆରଏଫଏସଏଲକୁ ପ୍ରେରିତ କରିଥିବା ଜଣାପଡ଼ିଛି। ତେବେ ସକାଳ ସମୟରେ କୌଣସି ମତେ ଢ଼ାବା ମାଲିକ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ବୁର୍ଲା ଥାନାକୁ ଉଭୟ ଅଭିଯୁକ୍ତଙ୍କୁ ନେଇ ଜିମା ଦେବାରେ ସମର୍ଥ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ବୁର୍ଲା ପଞ୍ଚମୂଖୀ ଢାବାର ମାଲିକ ମୁନା ବେହେରା କିଛିଦିନ ଅସୁସ୍ଥ ରହିଥିଲେ। ତେଣୁ ଢାବାକୁ ନିୟମିତ ଆସୁ ନ ଥିଲେ। ତାଙ୍କ ଅନୁପସ୍ଥିତିରେ ଢାବାର ଦାୟିତ୍ୱ ମାଲିକଙ୍କୁ ତଥା କଥିତ ଭଣଜା ତଥା ମୃତକ ସୁରଜ ଜେନାଙ୍କୁ ଦେଇ ଟଙ୍କା କାଉଣ୍ଟରରେ ଟଙ୍କା ସଂଗ୍ରହ କରିବା ପାଇଁ କହିଥିଲେ। ସୁରଜଙ୍କୁ ଢାବା ଦାୟିତ୍ୱ ପ୍ରଦାନ କରାଯିବା ପୂର୍ବରୁ କାମ କରୁଥିବା ବରଗଡର ନରାୟଣ ନନ୍ଦ ଓରଫ ମୁନା ଓ ଅତାବିରାର ଚନ୍ଦ୍ରମଣୀ ବାଦୀ ଓରଫ ସୁରୁ ସହ୍ୟ କରିପାରୁ ନ ଥିଲେ। ଗତକାଲି ଦ୍ୱିପହର ସମୟରେ ଅଭିଯୁକ୍ତ ଯୁବକ ଦ୍ୱୟ ମୃତ ଶରତଙ୍କ ସହିତ କଳି କରି ତର୍କବିତର୍କ କରିଥିଲେ। ରାତିରେ ଶରତଙ୍କୁ ଯୋଜନା ବଦ୍ଧଭାବେ ଢାବା ଭିତରେ ପଛପଟୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଶରତଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହି ସମୟରେ ପ୍ରଚୁର ମଦ୍ୟପାନ ମଧ୍ୟ କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରି ଦୁର୍ବୁତ୍ତମାନେ ଶରତର ଶବକୁ ପ୍ରଥମେ କିଛି କାଗଜ ସାହାଯ୍ୟରେ ପୋଡ଼ିଦେବାକୁ ଚେଷ୍ଟା କରିଥିଲେ ମାତ୍ର ସେଥିରେ ସଫଳ ନ ହେବାରୁ ପୁଣି ଅନ୍ୟତ୍ର ଫିଙ୍ଗିଦେବାକୁ ଚେଷ୍ଟା କରିଥିଲେ। ମାତ୍ର ଶବକୁ ଘୋଷାଡି ଘୋଷାଡି ନେବା ପାଇଁ ଚେଷ୍ଟା କରିଥିଲେ ମାତ୍ର ବର୍ଷାଯୋଗୁଁ ଯୁବକଦ୍ୱୟ ଶବକୁ ନେଇ ନ ପାରି ଢାବା ସମ୍ମୂଖରେ ରଖି ଦେଇଥିଲେ। ନିଆଁରେ ଶବର ମୁହଁ କିଛିଭାଗ ପୋଡି ଯାଇଥିଲା। ପରେ କାଦୁଅ ଶବଦେହରେ ବୋଳି ଦେଇଥିଲେ। ପରେ କିଛି ନ ଜାଣିଲା ପରି ଅଭିଯୁକ୍ତ ଦ୍ୱୟ ଆସି ଢାବା ମଧ୍ୟରେ ଶୋଇ ପଡିଥିଲେ। ସକାଳୁ ଢାବା ମାଲିକ ଢାବାର ସୁବିଧା ଅସୁବିଧା ପଚାରିବୁଝିବା ପାଇଁ ଘରୁ ବାହାରିଥିଲେ ମାତ୍ର ଉଭୟ ଯୁବକ ଏକ ସ୍ତାନରେ ଚା ପିଉଥିବା ଦେଖିବାକୁ ପାଇ ଢ଼ାବାରେ ନ ରହି ଏଠାରେ କଣ କରୁଛ ଚାଲ ଢ଼ାବାକୁ ଯିବା କହି ଉଭୟଙ୍କୁ ପୁଣି ଢ଼ାବାକୁ ନେଇ ଆସିଥିଲେ। ସେହି ସମୟରେ ମଧ୍ୟ ଉଭୟଙ୍କ ନିଶା ଖସି ନ ଥିଲା। ପରେ ଢାବା ସମ୍ମୁଖରେ ଶରତଙ୍କ ଶବ ପଡ଼ିଥିବା ଦେଖି ସେ କିଛି ସମୟ ଅବାକ ହୋଇ ରହି ଯାଇଥିଲେ। ଏହାପରେ ଉପସ୍ତିତ ବୁଦ୍ଧି ଲଗାଇ ମେଡ଼ିକାଲକୁ ଯିବାକୁ ବାହାନା କରି ଉଭୟଙ୍କୁ କୌଣସି ମତେ ପୁଲିସରେ ଧରାଇ ଦେବାରେ ସକ୍ଷମ ହୋଇଥିଲେ ଢ଼ାବା ମାଲିକ ମୁନ୍ନା ବେହେରା।

ପୁଲିସକୁ ଘଟଣାକ୍ରମ ବିଷୟରେ ପୁଲିସକୁ ସୂଚନା ମଧ୍ୟ ଦେଇଥିଲେ। ସେପଟେ ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା୩୦ ମିନିଟ ସମୟରେ ବର୍ଷା ଛାଡ଼ିବା ପରେ ସେ ତିନି କର୍ମଚାରୀଙ୍କୁ ଖାଇବାକୁ ବ୍ୟବସ୍ତା କରି ଢ଼ାବାର ଦେଖରେଖ କରୁଥିବ ବୋଲି କହି ଘରକୁ ବାହାରି ଯାଇଥିଲେ ଏବଂ ଆସିବା ପରେ ଏହି ଅଘଟଣ ଦେଖି ତାଙ୍କ ଗୋଡ଼ତଳୁ ମାଟି ଖସିଯାଇଥିବା ସେ ସୁଚନା ଦେଇଛନ୍ତି। ଏହାପରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାସଙ୍କ ସୁତ୍ରରୁ ପ୍ରକାଶ। ତେବେ ଏଭଳି ଏକ ଘଟଣା ସ୍ଥାନୀୟ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ମୃତକ ଶରତଙ୍କ ସାନଭାଇ ସୁଚିମନ୍ତ ଜେନା ତାଙ୍କ ସାନଭାଇକୁ ଯୋଜନାବଦ୍ଧ ଭାବରେ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି।

Comments are closed.