କଂଗ୍ରେସ କର୍ମୀଙ୍କ ତରଫରୁ କୋଭିଡ଼ ରୋଗୀ ସମ୍ପର୍କିୟଙ୍କୁ ଖାଦ୍ୟ ବଣ୍ଟନ

ବୁର୍ଲା: ମହାମାରୀ କରୋନା ଜନିତ ସାପ୍ତାହିକ ସଟଡାଉନରେ ହୋଟେଲ ଆଦି ବନ୍ଦ ରହିବା କାରଣରୁ ଭୀମସାର କୋଭିଡ଼ ହସପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ସମ୍ପର୍କିୟ ମାନେ ଖାଇବାକୁ ପାଉ ନ ଥିବ ବେଳେ ଏହାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନ ସମୟରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ବୁର୍ଲା କଂଗ୍ରେସ ବରିଷ୍ଠ କର୍ମୀମାନଙ୍କ ଅର୍ଣ୍ଣକୋଟର ବ୍ୟବସ୍ତା ହୋଇଥିଲା।

ବୁର୍ଲା ନଗର କଂଗ୍ରେସ ପୂର୍ବତନ ସଭାପତି ଶିବ ଦଳେଇ, ଗିରିଜା ନାୟକ, ବରିଷ୍ଠ କଂଗ୍ରେସ ନେତା ତ୍ରିଲୋଚନ ମହାନନ୍ଦ, ପୂର୍ବତନ କାଉନସିଲର ଭୁବନ ବିଶ୍ୱାଳ, ମୁନ୍ନା ମେହେର, ମନୋରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ବେହେରା, ଈଶ୍ୱର ପ୍ରଧାନ, ନରେଶ ପଣ୍ଡା ପ୍ରମୂଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା

Comments are closed.