ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ପ୍ରଥମ କୋଭିଡ଼ ରୋଗୀଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲା ଭିମସାରର କୋଭିଡ ହସପିଟାଲ ଚଳିତ ମାସ ୧୨ ତାରିଖରୁ ବିନା ଆଇସିୟୁ ଶଯ୍ୟାରେ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ଏଇ ଦିନେ ତଳେ ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେଠାରେ ଆଜି ଜଣେ କରୋନାରେ ଚିିକିତ୍ସାଧିନ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ସୁଚନା ଭିମସାର ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ବୁର୍ଲା ଭିମସାରରେ ଏହି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ହେବା ପରେ ନଅତାଲା କୋଠାରେ ଏହି କରୋନା ସଂକ୍ରମିତଙ୍କ ମୃତ୍ୟୁ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା। ମୃତ ରୋଗୀ ଜଣକ ବରଗଡ ଜିଲ୍ଲା ସୋହେଲାର ୬୨ ବର୍ଷିୟ ବୃଦ୍ଧ ବୋଲି ଜଣାପଡିଛି।

ତେବେ ଏହି ତ୍ରୁଟିପୁର୍ଣ୍ଣ କୋଠାର ଅସଙ୍ଗତି ବର୍ତ୍ତମାନ ସୁଦ୍ଧା ଦୁର ହୋଇ ପାରି ନାହିଁ।  ଅଗ୍ନିନିରାପତ୍ତା ଅନୁମତିକୁ ନେଇ ବିବାଦିୟ ସ୍ଥିତି ମଧ୍ୟରେ କୋଠା ବିଗତ ୬ ବର୍ଷରୁ ଊର୍ଦ୍ଧ୍ବକାଳ ରହିବା ପରେ ବର୍ତ୍ତମାନ ଏକମାସକିଆ ସର୍ତ୍ତମୂଳକ ଅଗ୍ନିନିରାପତ୍ତା ବ୍ୟବସ୍ତାରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଅଟୋମେଟିକ ପାଣି ସିଞ୍ଚନ କାମ କରି ନାହିଁ ତେବେ ସ୍ଥାୟୀ ଅଗ୍ନିନିରାପତ୍ତା ଅନୁମତି ମିଳିବ ନା କୋଠା ଏହି ଅସ୍ଥାୟୀ ବ୍ୟବସ୍ତାରେ ରୋଗୀସେବା ଯୋଗାଉଥିବ ତାହା ସମୟ ହିଁ କହିବ।

ତେବେ ବିଡ଼ମ୍ବନାର ବିଷୟ ହେଲା ବୁର୍ଲା ଭିମସାରର କରୋନା ଆଇସୋଲେସନରେ ଅନେକ ଚିକିତ୍ସାଧିନ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରିକି ଦିନକରେ ୨ରୁ ୪ ପର୍ଯ୍ୟନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ଦୃଷ୍ଟାନ୍ତ ରହିଛି। ତେବେ ବରଗଡ଼ ସୋହେଲାର ରୋଗୀ ଜଣକ ଗତକାଲି ବୁର୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ କୋଭିଡ ହସପିଟାଲ ଆଇସିୟୁରେ ତାଙ୍କର ଚିିକିତ୍ସାଧିନ ମୃତ୍ୟୁ ଘଟିଛି। ଅନ୍ୟପଟେ ଭିମସାରର କରୋନା ଆଇସୋଲେସନ ବିଭାଗରେ ସମ୍ବଲପୁର ଜିଲ୍ଲାର ୯୪ ବର୍ଷିୟା ବୃଦ୍ଧାଙ୍କ କରୋନା ସଂକ୍ରମଣ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଭିମସାର ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୁଚନା ହସ୍ତଗତ ହୋଇଛି।

Comments are closed.