ବୁର୍ଲା କୋଭିଡ୍‌ ଡାକ୍ତରଖାନାରେ ୧୫ ମୃତ

ବୁର୍ଲା: ବୁର୍ଲା ଭିମସାରରେ ଦୁଇଟି କୋଭିଡ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। କରୋନା ସଂକ୍ରମିତ ପ୍ରତିଦିନ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ। ଉଭୟ କୋଭିଡ ଡାକ୍ତରଖାନାରେ ରବିବାର ୧୫ ଜଣଙ୍କ ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ପାଞ୍ଚଜଣ ୬୭ ବର୍ଷୀୟ ବୃଦ୍ଧ, ୫୦ ବର୍ଷିୟା ମହିଳା, ୬୨ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ଯୁବକ ଏବଂ ୭୮ ବର୍ଷୀୟ ବୃଦ୍ଧ, ବରଗଡ଼ର ଜିଲାର ଚାରିଜଣ ୫୩ ବର୍ଷୀୟ ପୁରୁଷ, ୫୫ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ଯୁବକ ଏବଂ ୭୦ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲାର ଦୁଇଜଣ ୫୬ ବର୍ଷିୟା ମହିଳା ଏବଂ ୬୦ ବର୍ଷିୟା ବୃଦ୍ଧା, ବଲାଙ୍ଗିର ଜିଲାର ୩୦ ବର୍ଷୀୟ ଯୁବକ, ଦେବଗଡ଼ ଜିଲାର ୪୬ ବର୍ଷୀୟ ପୁରୁଷ, କେନ୍ଦୁଝର ଜିଲାର ୫୪ ବର୍ଷିୟା ମହିଳା ଓ ସୁନ୍ଦରଗଡ଼ ଜିଲାର ୪୫ ବର୍ଷିୟା ମହିଳା ରହିଛନ୍ତି।

ପ୍ରଥମ କୋଭିଡ ଡାକ୍ତରଖାନାରେ ୨୩୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବାବେଳେ ଦ୍ୱିତୀୟ କୋଭିଡ ଡାକ୍ତରଖାନାରେ ୬୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Comments are closed.