ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିନିଯୋଗ ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି : ସୁବାଷ ଚୌହାନ

ଖୁବ ଶୀଘ୍ର ବିଶ୍ୱବିଦ୍ୟାଳୟରେ ହେବ ସେଣ୍ଟ୍ରାଲ ମ୍ୟୁଜିୟମ

ବୁର୍ଲା : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନ ବୁଧବାର ବୁର୍ଲା ଗସ୍ତରେ ଆସି ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହିତ କର୍ତ୍ତୃପକ୍ଷଙ୍କ ସହିତ ଏକ ସମୀକ୍ଷା ବୈଠକ କୁଳପତି ସମ୍ମିଳନି କକ୍ଷରେ ଅନୁଷ୍ଠିତ ହୋଇଥିଲା।  ଅଧ୍ୟକ୍ଷ ଚୌହାନ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ସହିତ ବିଭିନ୍ନ ବିଭାଗ ବୁଲିଥିଲେ। ଅଧ୍ୟକ୍ଷ ବାୟୋଟେକ୍ନୋଲୋଜି ବିଭାଗ, ଓଡିଆ ବିଭାଗ, ଇତିହାସ ବିଭାଗ ସମେତ ଅନ୍ୟାନ୍ୟ ଅନ୍ୟାନ୍ୟ ବିଭାଗ ବୁଲି ଦେଖିଥିଲେ। ଏହାପରେ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ତେବେ ସମୀକ୍ଷା ବୈଠକରେ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ପୂର୍ବରୁ ଦିଆଯାଇଥିବା ଟଙ୍କାର ବିନିଯୋଗ ଏବଂ ଆଗକୁ କଣ ସବୁ ଉନ୍ନତି ମୂଳକ କାମ କରାଯିବ ସେ ବିଷୟରେ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ତେବେ ଅଧ୍ୟକ୍ଷଙ୍କ କହିବା କଥା ହେଲା ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ୨କୋଟି ୩୭ ଲକ୍ଷ ଟଙ୍କା ଛାତ୍ରାବାସ ନିର୍ମାଣ, ପ୍ରଦର୍ଶନୀ କଳା ବିଭାଗର ଉନ୍ନତିକରଣ ତଥା କୃତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ କରିବା ପାଇଁ ୧୫ ଲକ୍ଷ ଟଙ୍କା ରାଶି ପ୍ରଦାନ କରିଥିଲେ। ତେବେ ଏହି ରାଶିର ଆଜି ପର୍ଯ୍ୟନ୍ତ କେଉଁ କେଉଁ କାମରେ ବିନିଯୋଗ କରାଯାଇଛି ସେନେଇ କୌଣସି ବିନିଯୋଗ ପ୍ରମାଣ ପତ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇନାହିଁ। ଏହି ଟଙ୍କାରେ କିଛି ଅନିୟମିତତା ହୋଇଥିବା ନେଇ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି।

ଅନ୍ୟପଟେ ୩ ବର୍ଷ ହେବ ପ୍ରଦର୍ଶନୀ ବିଭାଗକୁ ଦିଆଯାଇଥିବା ଟଙ୍କା ବିନିଯୋଗ କରାଯାଇ ନାହିଁ। ତେବେ ଆଜି ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏହି ଟଙ୍କା ବିନିଯୋଗ କରିବା ପାଇଁ ତାଗିତ କରିବା ସହିତ ତୁରନ୍ତ ଦିଆଯାଇଥିବା ସମସ୍ତ ଟଙ୍କାର ବିନିଯୋଗ ଉପରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  ବିଶ୍ୱବିଦ୍ୟାଳୟରେ ଖୁବ୍‍ ଶିଘ୍ର ଏକ ସେଣ୍ଟ୍ରାଲ ମ୍ୟୁଜିୟମ୍‍ ପାଇଁ ପରିକଳ୍ପନା କରାଯାଇଛି। ତେବେ ଏହି ମ୍ୟୁଜିୟମ୍‍ ପାଇଁ କେତେ ଟଙ୍କା ଦିଆଯିବ ତାହା ଜଣାପଡିନାହିଁ। ଏହି ମ୍ୟୁଜିମ୍‍ଟି ଗଙ୍ଗାଧର ମେହେର, ଭିମଭୋଇ, ବୀରସୁରେନ୍ଦ୍ର ସାଏ ଏବଂ ବିର୍ଷାମୁଣ୍ଡା ଆଦିଙ୍କ ପଣ୍ଡୁଲିପି, ସେମାନଙ୍କ ବ୍ୟବହୃତ ସାମଗ୍ରି ସମେତ ସେମାନଙ୍କ ଅନେକ କିଛି ସ୍ମୁତି ଏହି ମ୍ୟୁଜିମ୍‍ରେ ରଖାଯିବ ବୋଲି ଜଣାପଡିଛି। ଏହି ମ୍ୟୁଜିମ୍‍ଟି ପାଇଁ ଯେତେଟଙ୍କା ଖର୍ଚ୍ଚ ହେବ ତାହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଦିଆଯିବ ବୋଲି ଜଣାପଡିଛି। ତେବେ ପୂର୍ବରୁ ଦିଆଯାଇଥିବା ଟାଙ୍କାର ୟୁଟିଲାଇଜେସନ ସାର୍ଟିକେଟ(ୟୁସି) ପ୍ରଦାନ କରା ଯାଇ ନ ଥିବା ପର୍ଯ୍ୟନ୍ତ ଏହି ମ୍ୟୁଜିମ୍‍ ପାଇଁ ପାଣ୍ଠି ପ୍ରକ୍ରିୟା କାମ ଆଗକୁ ଯାଇ ପାରିବ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ଚୌହାନ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସମୀକ୍ଷା ବୈଠକ ପରେ ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୦୩ ଜଣ ଅଧ୍ୟାପକଙ୍କ ନେଇ ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜେ ମଧ୍ୟ ପ୍ରାୟ ୧୫ ମିନିଟ ଧରି ତାଲିମ ଦେଇ ନୂତନ ଅଧ୍ୟପକଙ୍କୁ କିଛି ସମୟ ଉଦ୍‍ବୋଧନ ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଲୟ କୁଳପତି ପ୍ରଫେସର ଦିପକ କୁମାର ବେହେରା, ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷ ଅର୍କକେଶରୀ ଦାସ ମହାପାତ୍ର, ପରିକ୍ଷା ନିୟନ୍ତ୍ରକ ଡଃ ସୂର୍ଯ୍ୟନାରାୟଣ ନାୟକ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ମୂଖ୍ୟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.