ସମ୍ବଲପୁର ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଜଣେ ବିଚାରାଧିନ କଏଦୀର ମୃତ୍ୟୁ ଘଟିଥିବା ବୁର୍ଲା ପୁଲିସ ସୂତ୍ରରୁ ସୂଚନା ମିଳିଛି। ମୃତ କଏଦୀ ଜଣକ ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଲାଜକୁରା ଗ୍ରାମ ହରିଜନ ପଡାର ଲକ୍ଷ୍ମଣ ଗର୍ଡିଆ(୪୮) ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଏକ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦ୍ୱାରା ଗିରଫ ହୋଇ ପ୍ରଥମେ ଝାରସୁଗୁଡା ଉପକାରାଗାରରେ ବନ୍ଦି ହୋଇଥିଲେ। ଏହାପରେ ଗତ ମାର୍ଚ୍ଚ ମାସ ୨୯ ତାରିଖରୁ ସମ୍ବଲପୁର ଜିଲ୍ଲା କାରାଗାରରେ ବନ୍ଦି ଜୀବନ ବିତାଉଥିଲେ। ତେବେ ସେ ଜେଲରେ ଅସୁସ୍ଥ ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗତ ୬ ତାରିଖ ଦିନ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଏବିନୋକାର୍ସିନାମା ରୋଗ ରହିଥିବା ଜଣାପଡିଥିଲା। ଏହାପରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୁଲିସ, ଜେଲ କର୍ତ୍ତୃପକ୍ଷ, ମାଜିଷ୍ଟ୍ରେଟ୍‍ ଏବଂ ଡାକ୍ତରଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.