ପୋଖରୀରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ

ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ବିଜଲି ନଗରରେ ସାଧାରଣ ଅସାବଧାନତା ଯୋଗୁଁ ୧ ବର୍ଷିୟ ଶିଶୁକନ୍ୟାର ମୃତ୍ୟୁର ହୋଇ ଯାଇଛି। ବିଜଲି ନଗରର ସରୋଜ ନାୟକଙ୍କ ୧ ବର୍ଷିୟା କୁନିଝିଅ ଆଇସା ନାୟକ ସଂନ୍ଧ୍ୟା ସମୟରେ ଖେଳୁଥିବା ବେଳେ ଘରୁ ଚାଲିଯାଇ ଅଜାଣତରେ ନିକଟରେ ରହିଥିବା ଏକ ଗାଡ଼ିଆ ପୋଖରୀରେ ଦୁର୍ଭାଗ୍ୟ ବସତଃ ପଡ଼ି ଯାଇ ଥିଲା। ପରିବାରବର୍ଗ ଆଇସା ନାୟକଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। ରାତିପ୍ରାୟ ଆଠଟା ସମୟରେ ପୋଖରୀରେ ଭାସମାନ ଅବସ୍ଥାରେ ଶିଶୁକନ୍ୟାକୁ ପାଇଥିଲେ ପରିବାରବର୍ଗ। ଶିଶୁକନ୍ୟାକୁ ଉଦ୍ଧାର କରି ପରିବାର ଲୋକ ବୁର୍ଲା ମେଡିକାଲକୁ ଆଣିଥିଲେ। ମାତ୍ର ବୁର୍ଲା ମେଡ଼ିକାଲରେ ଡ଼ାକ୍ତର ଶିଶୁକନ୍ୟାର ମୃତ୍ୟୁ ହୋଇ ଯାଇଥିବା ଘୋଷଣା କରିଥିଲେ। ସାମାନ୍ୟ ଅସାବଧାନତା ଯୋଗ୍ୟ ଶିଶୁକନ୍ୟାର ମୃତ୍ୟୁପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି।

Comments are closed.