ପଥଚାରୀଙ୍କ ଉପରେ ମାଡ଼ିଗଲା ଟ୍ରଲର ଯୁବକଙ୍କ ଶୋଚନିୟ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଗୋଶାଳା ରିଲାଇନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା

ବୁର୍ଲା : ବୁର୍ଲାଥାନା ଅର୍ନ୍ତଗତ ଗୋଶାଳା ରିଲାଇନ୍ସ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାଦେଇ ଆରପଟକୁ ଦୁଇଜଣ ଯୁବକ ଅତିକ୍ରମ କରୁଥିବା ସମୟରେ ଏକ ମାଲବାହି ଟ୍ରଲର ଚାପାରେ ଜଣକଙ୍କ ଶୋଚନିୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକ ଯୁବକ ଜଣକ ଅତାବିରା ଅଞ୍ଚଳର ବୋଲି ଜାଣିବାକୁ ମିଳିଥିବା ବେଳେ ଆହତ ବ୍ୟକ୍ତି ଜଣକ ବୁର୍ଲା ଗାନ୍ଧିପଡ଼ା ଅଞ୍ଚଳର ରାଜା ବୋଲି ସୁଚନା ମିଳିଛି। ଆହତ ରାଜାଙ୍କୁ ବୁର୍ଲା ମେଡ଼ିକାଲରେ ଆଣି ଶଙ୍କଟାପର୍ଣ୍ଣ ଅବସ୍ଥାରେ ଭର୍ତ୍ତି କରାଯାଇଛି।

ସୁଚନା ଥାଉକି, ବୁର୍ଲାଥାନା ଅନ୍ତର୍ଗତ ଗୋଶାଳା ବିଟ ହାଉସ ଫାଣ୍ଡି ଅଧିନସ୍ତ ରିଲାଇନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା କୋଣସି ନୁଆଁକଥା ନୁହେଁ। ପ୍ରତିବର୍ଷ ଏଠାରେ ପଥଚାରୀଙ୍କ ଜୀବନହାନି ଘଟିଚାଲିଛି ଏଥିରେ ବିରାମ ଲାଗି ପାରୁ ନାହିଁ। ଏଭଳିକି ଏହି ସ୍ତାନରେ ରାଜରାସ୍ତା ନିର୍ମାଣ କରିଥିବା ଘରୋଇ କମ୍ପାନି ଅଶୋକା ବିଲ୍ଡକନ ତରଫରୁ ଆଲୁଅ ବ୍ୟବସ୍ତା କରାଯାଇ ନ ଥିବା ଫଳରେ ଆଜି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିତ ହୋଇଯାଇଛି ବୋଲି ସ୍ତାନିୟ ମହଲରେ ଅଭିଯୋଗ ହୋଇଛି। ରାସ୍ତାପାର କରୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ସିଧାସଳକ ଉକ୍ତ ମାଲବାହି ଟ୍ରଲରଟି ମାଡ଼ିଯିବା ଫଳରେ ଘଟଣା ସ୍ତଳରେ ହିଁ ଉକ୍ତ ଯୁବକଙ୍କ ଶୋଚନିୟ ଭାବରେ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଗୋଶାଳା ଫାଣ୍ଡି ବିଟହାଉସ ଅଧିକାରୀ ଅଜିତ ଧଳସାମନ୍ତ ଘଟଣା ସ୍ତଳକୁ ପହଞ୍ଚି ଥିଲେ। ସ୍ତାନିୟ ସମାଜସେବୀ ହରିହର ପଣ୍ଡା ଏବଂ ଏଏସଆଇ ଧଳସାମନ୍ତ ଉକ୍ତ ରାସ୍ତାଉପରେ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ସମ୍ପୁର୍ଣ୍ଣ ଲାଖିରହିଥିବା ଶବକୁ ଗୋଟାଇ ଏକ ବସ୍ତାରେ ପୁରାଇ ବୁର୍ଲା ମେଡ଼ିକାଲକୁ ଶବର ବ୍ୟବଚ୍ଛେଦ କରିବା ପାଇଁ ପ୍ରେରିତ କରିଛନ୍ତି। ସେପଟେ ଉକ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ବୁର୍ଲା ଭିମସାରକୁ ପ୍ରରିତ କରାଯାଇଥିବା ସୁଚନା ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀ ଧଳସାମନ୍ତ ସୁଚନା ଦେଇଛନ୍ତି।

Comments are closed.