ବୁର୍ଲା ଭିମସାରରେ ଡ଼ାଏଲିସିସ ୟୁନିଟ ଠପ୍ ; ନହାନ୍ତି ବିଶେଷଜ୍ଞ

ବୁର୍ଲା: ବୁର୍ଲା ଭିମସାରରେ ସୁପର ସ୍ପେସିଆଲିଟି ବିଭାଗ ମଧ୍ୟରୁ ଗୁରୁତ୍ୱପୁର୍ଣ୍ଣ ନେଫ୍ରୋଲୋଜି ବିଭାଗ ବିଗତ ଅଢ଼େଇ ବର୍ଷ କାଳ ହେବ ବିନା ବିଶେଷଜ୍ଞ ଡ଼ାକ୍ତରରେ ଗତି କରୁଛି। ସେପଟେ ଏହି ନେଫ୍ରୋଲୋଜି ବିଭାଗରେ ରହିଥିବା ମାତ୍ର ତିନୋଟି ଡାଇଲିସିସ ମେସିନରେ ରୋଗୀ ମାନଙ୍କ କିଡ଼ନି ଡ଼ାଏଲିସିସ କରିବାରେ ଅନେକ ଅସୁବିଧା ହେଉଛି। ଏପରିକି ଡାଇଲିସିସ ନ ହୋଇପାରି ରୋଗୀଙ୍କ ମୃତ୍ୟୁ ହେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। କେତେବେଳେ ପୁରାତନ ଆରଓ ପ୍ଲାଣ୍ଟ ବ୍ୟତିକ୍ରମ ତ ଆଉ କେତେବେଳେ ଡ଼ାଏଲିସିସ ମେସିନ ଅଚଳତା ମଧ୍ୟରେ ବିଭାଗୀୟ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ଗତ କିଛିଦିନ ତଳେ ମାତ୍ର ଦୁଇଟି ଡ଼ାଏଲିସିସ ମେସିନ କାର୍ଯ୍ୟକ୍ଷମ ରହିଥିବାର ଦୃଷ୍ଟାନ୍ତ ରହିଛି। ଏପରିକି ମାସ ମାସ କାଳ ନେଫ୍ରୋଲୋଜି ୟୁନିଟ ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଅନେକ ରୋଗୀ ଘରୋଇ ବ୍ୟବସ୍ଥାରେ ଲୁଟର ଶୀକାର ହେଉଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଭିମସାର କର୍ତ୍ତୃପକ୍ଷ ଗତ ଡିସେମ୍ବର ୧୦ ତାରିଖରେ ଉନ୍ନୟନ କମିଶନରଙ୍କ ଭିମସାର ଗସ୍ତ ସମୟରେ ଆଲୋଚନା ହୋଇଥିଲା ଏଥି ସହିତ ଭିମସାରରେ ୩୦ ଶଯ୍ୟା ବିଶିଷ୍ଟ ଡାଇଲିସିସ ୟୁନିଟର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରିଥିବା ବେଳେ ଡାଇଲିସିସ୍‍ ମେସିନ ମଧ୍ୟ କିଣା ସରିଥିବା ଜଣାପଡ଼ିଛି। ତେବେ ଭିମସାରରେ ହେବାକୁ ଥିବା ଏହି ୟୁନିଟ୍‍ ପାଇଁ ସ୍ଥାନ ମଧ୍ୟ ଚିହ୍ନଟ ହୋଇ ସାରିଥିବା ନେଇ କର୍ତ୍ତୃପକ୍ଷ ସରକାରଙ୍କୁ ରିପୋର୍ଟ ଦେଇଥିବା କଥା ଜଣାପଡ଼ିବା ପରେ ଭିମସାରରେ ଏହି ଡାଇଲିସିସ ୟୁନିଟ ସ୍ଥାପନ ହେବା ନେଇ ଅଶାସଞ୍ଚାର ହୋଇଛି। ତେବେ ଏହି ଡାଇଲିସିସ ଚିକିତ୍ସା ସେବା ଘରାଇ ଠିକାସଂସ୍ଥାର ପିପିପି(ପ୍ରାଇଭେଟ ପବ୍ଲିକ ପାର୍ଟନରସିପ) ମୋଡରେ ହେବ ବୋଲି କର୍ତ୍ତୃପକ୍ଷ ସରକାରଙ୍କୁ ଗତ ଜୁନ ମାସ ୨୭ ତାରିଖରେ ଚିଠି ମାଧ୍ୟମରେ ଅବଗତ କରିଥିବା ଜଣାପଡ଼ିଛି। ତେବେ କେତେଶୀଘ୍ର ଏହି ସେବା ଆରମ୍ଭ ହେବ ତାହା ଦେଖିବା ବାକି ରହିଲା ସେପଟେ ଗତ ୨୦୧୭ ମସିହାରୁ ଏହି ନେଫ୍ରୋଲୋଜି ବିଶେଷଜ୍ଞ ଡ଼ାକ୍ତର ଭିମସାରରେ ଅବସ୍ଥାପିତ ହୋଇ ନ ପାରିବା ଏବଂ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ କେବେ ବିଶେଷଜ୍ଞ ଡ଼ାକ୍ତର ଅବସ୍ଥାପିତ କରିବା ପାଇଁ କରାଯାଉଥିବା ପ୍ରଚେଷ୍ଟା ଫଳପ୍ରଦ ହୋଇପାରିବ ତାହା ସମୟ ହିଁ କହିବ।

Comments are closed.