କାଳ ହେଉଛି ଅଲିଭା କାଳି, ଓଡ଼ିଶା ଫେରନ୍ତାଙ୍କ ହାତରେ ଦିଆଯାଉଥିଵା କାଳିର ପାର୍ଶ୍ବ ପ୍ରତିକ୍ରିୟା

ବୁର୍ଲା : ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ବର୍ତ୍ତମାନ ବସ୍ ଓ ଟ୍ରେନ ଯୋଗେ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଅଣାଯାଉଛି । ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପରେ କ୍ୱାରେଣ୍ଟିନରେ ରଖିବା ସହ ଅଲିଭା କାଳୀରେ ତାଙ୍କ ହାତରେ ଷ୍ଟାମ୍ପ ଲଗାଯାଉଛି । ଯାହାଦ୍ୱାରା ସେମାନେ ରାଜ୍ୟ ବାହାରୁ ଆସିଥିବା ସ୍ପଷ୍ଟ ହେବ । ଏବେ କିନ୍ତୁ ସେ ଅଲିଭା କାଳି ପ୍ରବାସୀଙ୍କ ପାଇଁ କାଳ ସାବ୍ୟସ୍ତ ହେଉଛି । ହାତରେ ଲାଗୁଥିବା କାଳିର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି। ଅଲିଭା କାଳି ଲଗେଇବା ପରେ ଲାଗିଥିବା କାଳି ଯାଗାରେ ଚର୍ମ ଉତୁରି ଯାଉ ଘା ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ବୁର୍ଲା ସହରରେ ।

ଵୁର୍ଲା ସହରର ମହାରାଷ୍ଟ୍ର ରୁ ଫେରିଥିଵା ଜନୈକ ଯୁବକ ନିଜ ନାମ କୋଭିଡ଼-୧୯ରେ ପଞ୍ଜିକରଣ କରି ଥିଲେ। ତାଙ୍କୁ ନିୟମ ମୁତାବକ ସଙ୍ଗରୋଧ କେନ୍ଦ୍ର ଯାହା କି ଆହାର କେନ୍ଦ୍ର ଉପରେ କ୍ୟୁରାଣ୍ଟାଇନରେ ରଖା ଯାଇଥିଲା । ତାଙ୍କୁ ନିୟମ ମୁତାବକ ଯୁବକଙ୍କ ହାତରେ ସ୍ବତନ୍ତ୍ର କାଳିଚିହ୍ନ ଦିଆଯାଇଥିଲା। ମାତ୍ର କାଳିଚିହ୍ନର ପାଶ୍ଵ ପ୍ରତିକ୍ରିୟା ରେ ଯୁବକ ଙ୍କ ହାତର ଚମ ଉଠି ଯାଇ ଖଣ୍ଡିଆ ହୋଇଯାଇଛି । କାଳିର କୌଣସି ରାସାୟନିକ ପ୍ରତିକ୍ରିୟା ରେ ଏଭଳି ହୋଇ ଥିବା ଅନୁମା ନ କରାଯାଉଛି। ତେବେ ଡ଼ାକ୍ତର ଙ୍କ ତରଫରୁ ଏହାର ଚିକିତ୍ସା କରାଯାଉଥିବା ଜଣାପଡିଛି।

Comments are closed.