ବର୍ଗର ଖାଇବା ପରେ ଶ୍ୱାସ ରୁଦ୍ଧ ହେବା ସହ ରକ୍ତ ବାନ୍ତି କଲେ ବ୍ୟକ୍ତି , ବର୍ଗରରେ ଥିଲା ଛୋଟ କାଚ ଖଣ୍ଡ

ପୁନେ .- ବର୍ଗର ଖାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବର୍ଗର ଖାଇବା ପରେ ତାଙ୍କ ତଣ୍ଟିରେ କିଛି ଲାଗି ଯିବା ପରି ଲାଗିଥିଲା , ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ତାଙ୍କର ରକ୍ତ ବାନ୍ତି ବି ହୋଇଥିଲା ।
ପୁନେର ଏଫ୍‌ସି ରୋଡ୍‌ରେ ଥିବା ଏକ ନାମୀଦାମୀ ରେଷ୍ଟୁରାଣ୍ଟ ବର୍ଗର ରାଜାରୁ ସଜିତ୍‌ ପଠାନ ନାମକ ବ୍ୟକ୍ତି ତାଙ୍କ ସାଙ୍ଗ ସହ ବର୍ଗର ଖାଇବା ପାଇଁ ଯାଇଥିଲେ । ବର୍ଗର ସହ ସେ ଫ୍ରେଞ୍ଚ ଫ୍ରାଏ କିଣିଥିଲେ । ଖାଇବା ସମୟରେ ତାଙ୍କ ତଣ୍ଟିରେ କିଛି ଲାଗିଥିଲା । ସଜିତ୍‌ଙ୍କ ସାଙ୍ଗମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ନାସା, ଗଳା ଓ କର୍ଣ୍ଣ ବିଭାଗରେ ଭର୍ତ୍ତି କରାଯାଇଥିଲା । ତାଙ୍କ ତଣ୍ଟିର ଏକ୍ସ କରିବା ପରେ କାଚ ଲାଗିଥିବା କଥା ଜଣାପଡିଥିଲା । ତୁରନ୍ତ ତାଙ୍କ ତଣ୍ଟିରୁ କାଚକୁ କଢାଯାଇଥିଲା । ପରେ ସଜିତଙ୍କ ସାଙ୍ଗମାନେ ରେଷ୍ଟୁରାଣ୍ଟକୁଯାଇ ଏବିଷୟରେ ଅଭିଯୋଗ କରିବାରୁ , ରେଷ୍ଟୁରାଣ୍ଟ ବାଲା ଓଲଟା ତାଙ୍କୁ ଦୋଷ ଦେଇଥିଲେ ।
ବର୍ଗରରେ କାଚ ମିଶାଇ ତାଙ୍କ ଦୋକାନକୁ ବଦନାମ କରୁଥିବା ଅଭିଯୋଗ କରିଥିଲେ । ପରେ ଡାକ୍ତରଙ୍କ ରିପୋର୍ଟ ଓ ଦୋକାନର ବିଲ୍‌କୁ ନେଇ ସୁଜିତ୍‌ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମିଡ୍‌ଡେ ଖବର କାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି । ପରେ ପୁଲିସ ସିସିଟିଭି ଫୁଟେଜ୍‌ରୁ ସଜିତ ବର୍ଗର ଖାଇବା ପରେ ରକ୍ତବାନ୍ତି କରିଥିବାର ପ୍ରମାଣ ମିଳିଥିବା କହିଛି । ରେଷ୍ଟୁରାଣ୍ଟ ଓ ଏହାର କର୍ମଚାରୀଙ୍କ ନାମରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Comments
Loading...