ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ଜିଲାପାଳ

ଭୁବନେଶ୍ଵର : ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତିି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲାପାଳ ଭାବରେ ସନତ କୁମାର ମହାନ୍ତିଙ୍କ ମିଳିଛି ନୂଆ ନିଯୁକ୍ତି । ସେ ଅନୁସୂଚିତ ଜାତି ଓଜନଜାତି ବିକାଶ ବିଭାଗ ସଚିବ ଅଛନ୍ତି ।

ଏହାସହ ଆଇଏଏସ୍ ଅଫିସର କୀର୍ତ୍ତି ଭାସନଙ୍କୁ ଗଞ୍ଜାମ ଜିଲାର କୋଭିଡ୍ ପରିଚାଳନା ଓଏସଡି ଭାବରେ ନିଯୁକ୍ତି ମିଳିଛି । ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡ଼ା ଉପଜିଲାପାଳ ଭାବରେ ମିଳିଛି ନିଯୁକ୍ତି । ସେହିପରି ଆଇଏଏସ୍ ସୂର୍ଯ୍ୟବଶୀଂ ମୟୂର ବିକାଶଙ୍କୁ ସମ୍ୱଲପୁର ଉପଜିଲ୍ଲାପାଳ ଓ ଆଇଏଏସ୍ ଜେ. ସୋନାଲ୍ ଗଜପତି ଜିଲା କୋଭିଡ୍ ପରିଚାଳନା ଓଏସଡି ଭାବରେ ନିଯୁକ୍ତି ପାଇଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

Comments are closed.