ବୁମ୍‌ରା-ସଞ୍ଜନା ବିବାହ ବନ୍ଧନରେ ଆବଦ୍ଧ

ପାଣାଜୀ : ଭାରତୀୟ କ୍ରିକେଟ୍‌ ଦଳର ନାମୀ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦେଶର ନାମୀ କ୍ରୀଡ଼ା ଉପସ୍ଥାପିକା (ଆଙ୍କର) ସଞ୍ଜନା ଗଣେଶନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବୁମ୍‌ରା ଓ ସଞ୍ଜନାଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା ପ୍ରେମ ସମ୍ପର୍କ ଥିଲେ ହେଁ ଦୁହେଁ ବିବାହ ପରି ତାଙ୍କ ସମ୍ପର୍କକୁ ମଧ୍ୟ ଗୋପନ ରଖିଥିଲେ। ଗୋଆର ଏକ ନାମୀ ପଞ୍ଚତାରକା ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଭୟ ପରିବାରଙ୍କ ବନ୍ଧୁବର୍ଗଙ୍କୁ ମିଶାଇ ମାତ୍ର ୨୦ ଜଣ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। କରୋନା କଟକଣାକୁ ମାନିବା ପାଇଁ ଏପରି କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଭାରତୀୟ ଦଳର କୌଣସି ଖେଳାଳି ଏହି ବିବାହ ଉତ୍ସବରେ ଯୋଗ ଦେଇ ପାରିନଥିଲେ।
ଯଶପ୍ରୀତ-ସଞ୍ଜନାଙ୍କ ବିବାହକୁ ଏପରି ଗୋପନ ରଖିବାକୁ ପ୍ରୟାସ କରା ଯାଇଥିଲା ଯେ ବିବାହ ମଣ୍ଡପ ନିକଟକୁ କାହାରିକୁ ମୋବାଇଲ୍‌ ଫୋନ୍‌ ନେବାକୁ ଅନୁମତି ଦିଆ ଯାଇନଥିଲା। ତାଙ୍କ ଟ୍ବିଟର ପୃଷ୍ଠାରେ ସଞ୍ଜନାଙ୍କ ସହ ତାଙ୍କ ବିବାହର ଫଟୋ ବୁମ୍‌ରା ଛାଡ଼ିଛନ୍ତି। ଏଥିରେ ଉଭୟ ବର ଓ କନ୍ୟା ଫିକା ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଦେଖିବାକୁ ମିଳିଛି। ଏହି ଫଟୋ ଛାଡ଼ି ଯଶପ୍ରୀତ ବୁମ୍‌ରା ଲେଖିଛନ୍ତି।- ପ୍ରେମ; ଯଦି ତୁମକୁ ଏହାର ହକ୍‌ଦାର ମନେକରେ; ତୁମକୁ ରାସ୍ତା ଦେଖାଇଥାଏ। ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆମେ ଦୁହେଁ ନୂତନ ଯାତ୍ରା ଆରମ୍ଭ କରିଛୁ। ଆଜି ଆମ ଜୀବନର ସବୁଠାରୁ ଖୁସିର ଦିନ। ଆମ ବିବାହର ଖବର ସମସ୍ତଙ୍କୁ ଦେଇ ଆମେ ଅତ୍ୟନ୍ତ ଖୁସି। ଯଶପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭାରତୀୟ ଟେଷ୍ଟ ଦଳରେ ଥିଲେ ହେଁ ବ୍ୟକ୍ତିଗତ କାରଣ ଦର୍ଶାଇ ଚାଲି ଯାଇଥିଲେ। ଏବେ ଜାଣିବାକୁ ମିଳିଛି ଯେ ବିବାହ ଲାଗି ପ୍ରସ୍ତୁତ ହେବା ଲାଗି ବୁମ୍‌ରା ଦଳରୁ ଛୁଟି ନେଇଥିଲେ। ମହାରାଷ୍ଟ୍ରର ପୁଣେ ମୂଳବାସିନ୍ଦା ସଞ୍ଜନା ଗଣେଶନ୍ ୨୦୧୪ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇ ରନର୍ସଅପ୍ ହୋଇଥିଲେ। ଏଥିରେ ସେ ଷ୍ଟାଇଲ୍‌ ଦିବା ପୁରସ୍କାର ପାଇଥିଲେ। ସଞ୍ଜନା ଷ୍ଟାର୍ ସ୍ପୋର୍ଟସର କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଥିବା ବେଳେ ଆଇପିଏଲ୍‌ରେ ମଧ୍ୟ ଆଙ୍କର କାମ କରିଥିଲେ। ଏମ୍‌ଟିଭିର ରିଅଲିଟି ସୋ’ ସ୍ପ୍ଲିଟ୍‌ସଭିଲାରେ ସଞ୍ଜନା ଉପସ୍ଥାପିକା ଥିଲେ। ସେ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ (ପିବିଏଲ୍‌)ରେ ମଧ୍ୟ କାମ କରିଛନ୍ତି। ୨୦୧୯ କ୍ରିକେଟ୍‌ ବିଶ୍ବକପ୍‌ ବେଳେ ଷ୍ଟାର୍ ସ୍ପୋର୍ଟସରେ ପ୍ରସାରିତ ମ୍ୟାଚ୍‌ ପଏଣ୍ଟ ଓ ଚିକି ସିଙ୍ଗଲ୍‌ସ କାର୍ଯ୍ୟକ୍ରମ​‌ ଉପସ୍ଥାପନା କରିଥିଲେ। ସେ ଆଇପିଏଲ୍‌ ଦଳ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଟିଭି କାର୍ଯ୍ୟକ୍ରମ ଦି ନାଇଟ୍‌ କ୍ଲବ୍ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ବିବାହ ପରେ ବୁମ୍‌ରାଙ୍କୁ ବିସିିସିଆଇ, ଆଇସିସି ଏବଂ ସାଥୀ କ୍ରିକେଟର ହରଭଜନ ସିଂହ, ଚେତେଶ୍ବର ପୂଜାରା, ହାର୍ଦିକ ପାଣ୍ଡ୍ୟା, ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ଯୁବରାଜ ସିଂହ ପ୍ରଭୃତି ଶୁଭେଚ୍ଛା ଜଣାଇଛନ୍ତି।ବୁମ୍‌ରା-ସଞ୍ଜନା ବିବାହ ବନ୍ଧନରେ ଆବଦ୍ଧ
ପାଣାଜୀ, ୧୫ା୩: ଭାରତୀୟ କ୍ରିକେଟ୍‌ ଦଳର ନାମୀ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦେଶର ନାମୀ କ୍ରୀଡ଼ା ଉପସ୍ଥାପିକା (ଆଙ୍କର) ସଞ୍ଜନା ଗଣେଶନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବୁମ୍‌ରା ଓ ସଞ୍ଜନାଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା ପ୍ରେମ ସମ୍ପର୍କ ଥିଲେ ହେଁ ଦୁହେଁ ବିବାହ ପରି ତାଙ୍କ ସମ୍ପର୍କକୁ ମଧ୍ୟ ଗୋପନ ରଖିଥିଲେ। ଗୋଆର ଏକ ନାମୀ ପଞ୍ଚତାରକା ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଭୟ ପରିବାରଙ୍କ ବନ୍ଧୁବର୍ଗଙ୍କୁ ମିଶାଇ ମାତ୍ର ୨୦ ଜଣ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। କରୋନା କଟକଣାକୁ ମାନିବା ପାଇଁ ଏପରି କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଭାରତୀୟ ଦଳର କୌଣସି ଖେଳାଳି ଏହି ବିବାହ ଉତ୍ସବରେ ଯୋଗ ଦେଇ ପାରିନଥିଲେ।
ଯଶପ୍ରୀତ-ସଞ୍ଜନାଙ୍କ ବିବାହକୁ ଏପରି ଗୋପନ ରଖିବାକୁ ପ୍ରୟାସ କରା ଯାଇଥିଲା ଯେ ବିବାହ ମଣ୍ଡପ ନିକଟକୁ କାହାରିକୁ ମୋବାଇଲ୍‌ ଫୋନ୍‌ ନେବାକୁ ଅନୁମତି ଦିଆ ଯାଇନଥିଲା। ତାଙ୍କ ଟ୍ବିଟର ପୃଷ୍ଠାରେ ସଞ୍ଜନାଙ୍କ ସହ ତାଙ୍କ ବିବାହର ଫଟୋ ବୁମ୍‌ରା ଛାଡ଼ିଛନ୍ତି। ଏଥିରେ ଉଭୟ ବର ଓ କନ୍ୟା ଫିକା ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଦେଖିବାକୁ ମିଳିଛି। ଏହି ଫଟୋ ଛାଡ଼ି ଯଶପ୍ରୀତ ବୁମ୍‌ରା ଲେଖିଛନ୍ତି।- ପ୍ରେମ; ଯଦି ତୁମକୁ ଏହାର ହକ୍‌ଦାର ମନେକରେ; ତୁମକୁ ରାସ୍ତା ଦେଖାଇଥାଏ। ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆମେ ଦୁହେଁ ନୂତନ ଯାତ୍ରା ଆରମ୍ଭ କରିଛୁ। ଆଜି ଆମ ଜୀବନର ସବୁଠାରୁ ଖୁସିର ଦିନ। ଆମ ବିବାହର ଖବର ସମସ୍ତଙ୍କୁ ଦେଇ ଆମେ ଅତ୍ୟନ୍ତ ଖୁସି। ଯଶପ୍ରୀତ ବୁମ୍‌ରା ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଭାରତୀୟ ଟେଷ୍ଟ ଦଳରେ ଥିଲେ ହେଁ ବ୍ୟକ୍ତିଗତ କାରଣ ଦର୍ଶାଇ ଚାଲି ଯାଇଥିଲେ। ଏବେ ଜାଣିବାକୁ ମିଳିଛି ଯେ ବିବାହ ଲାଗି ପ୍ରସ୍ତୁତ ହେବା ଲାଗି ବୁମ୍‌ରା ଦଳରୁ ଛୁଟି ନେଇଥିଲେ। ମହାରାଷ୍ଟ୍ରର ପୁଣେ ମୂଳବାସିନ୍ଦା ସଞ୍ଜନା ଗଣେଶନ୍ ୨୦୧୪ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇ ରନର୍ସଅପ୍ ହୋଇଥିଲେ। ଏଥିରେ ସେ ଷ୍ଟାଇଲ୍‌ ଦିବା ପୁରସ୍କାର ପାଇଥିଲେ। ସଞ୍ଜନା ଷ୍ଟାର୍ ସ୍ପୋର୍ଟସର କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଥିବା ବେଳେ ଆଇପିଏଲ୍‌ରେ ମଧ୍ୟ ଆଙ୍କର କାମ କରିଥିଲେ। ଏମ୍‌ଟିଭିର ରିଅଲିଟି ସୋ’ ସ୍ପ୍ଲିଟ୍‌ସଭିଲାରେ ସଞ୍ଜନା ଉପସ୍ଥାପିକା ଥିଲେ। ସେ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ (ପିବିଏଲ୍‌)ରେ ମଧ୍ୟ କାମ କରିଛନ୍ତି। ୨୦୧୯ କ୍ରିକେଟ୍‌ ବିଶ୍ବକପ୍‌ ବେଳେ ଷ୍ଟାର୍ ସ୍ପୋର୍ଟସରେ ପ୍ରସାରିତ ମ୍ୟାଚ୍‌ ପଏଣ୍ଟ ଓ ଚିକି ସିଙ୍ଗଲ୍‌ସ କାର୍ଯ୍ୟକ୍ରମ​‌ ଉପସ୍ଥାପନା କରିଥିଲେ। ସେ ଆଇପିଏଲ୍‌ ଦଳ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଟିଭି କାର୍ଯ୍ୟକ୍ରମ ଦି ନାଇଟ୍‌ କ୍ଲବ୍ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ବିବାହ ପରେ ବୁମ୍‌ରାଙ୍କୁ ବିସିିସିଆଇ, ଆଇସିସି ଏବଂ ସାଥୀ କ୍ରିକେଟର ହରଭଜନ ସିଂହ, ଚେତେଶ୍ବର ପୂଜାରା, ହାର୍ଦିକ ପାଣ୍ଡ୍ୟା, ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ଯୁବରାଜ ସିଂହ ପ୍ରଭୃତି ଶୁଭେଚ୍ଛା ଜଣାଇଛନ୍ତି।

Comments are closed.