କୂଅରେ ପଡ଼ିଥିବା ବଳଦକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପାଟଣା : ପାଟଣା ଥାନା ଅନ୍ତର୍ଗତ କୁଦାବେଡ଼ା ଗ୍ରାମରେ ଦୁଇଟି ବଳଦ ଲଢେଇ ଲାଗୁଥିବା ସମୟରେ ଗୋଟିଏ ବଳଦ ଏକ ଗଭୀର କୂଅ ମଧ୍ୟରେ ଖସିପଡ଼ିଥିଲା। କୁଦାବେଡ଼ା ଗ୍ରାମରେ ଶିବ ଶଙ୍କର ମହାନ୍ତଙ୍କ କୂଅରୁ ଗ୍ରାମର ଗହ୍ମା ମାଝୀଙ୍କ ବଳଦଟିକୁ ଗ୍ରାମବାସୀ ଉଦ୍ଧାର କରିବାରେ ବିଫଳ ହେବାରୁ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ବଳଦଟିକୁ ଜୀବନ୍ତ ଉଦ୍ଧାର କରି ଗହ୍ମା ମାଝୀଙ୍କୁ ହସ୍ତାନ୍ତର କରିଛି।

Comments are closed.