ପାଣି ତଳେ ବୁଲେଟ୍‍ ଟ୍ରେନ ଚଳାଇବ ଚାଇନା

0

ବେଜିଂ : ପାଣି ତଳେ ବୁଲେଟ୍‍ ଟ୍ରେନ ଚଳାଇବ ଚାଇନା। ଏଥିନିମନ୍ତେ ଉର୍ଦ୍ଦିିର୍ଷ୍ଟ ଏକ ପ୍ରକଳ୍ପକୁ ଚାଇନା ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ବୁଲେଟ୍‍ ଟ୍ରେନ ଲାଇନ୍‍ ସଂଘାଇର ବନ୍ଦର ସହର ଝାଉସାନ୍‍ରୁ ନିଙ୍ଗବୋକୁ ସଂଯୋଗ କରିବ। ଏହି ପ୍ରକଳ୍ପରେ ୨୫.୨ ବିଲିୟନ୍‍ ୟୁଆନ୍‍ (୩ ବିଲିୟନ୍‍ ଡଲାର) ବ୍ୟୟ କରାଯିବ। ଆସନ୍ତାବର୍ଷ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୁଲେଟ୍‍ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟ୍ରେନ ଚଳାଚଳ କରିବାକୁ ଥିବା ସମ୍ପୂର୍ଣ୍ଣ ରୁଟ୍‍ରେ ୭ ଷ୍ଟେସନ ନିର୍ମାଣ ଯୋଜନା ରହିଛି। ପ୍ରକଳ୍ପରେ ୭୭ କି.ମି. ରେଳଲାଇନ୍‍ ରୁଟ୍‍ ମଧ୍ୟରୁ ୭୦.୯୨ କି.ମି.ର ରେଳଲାଇନ୍‍ ନୂଆ କରି ନିର୍ମାଣ କରାଯିବ। ତେବେ ଏଥିରେ ୧୬.୨ କି.ମି ଲାଇନ୍‍ ସମୁଦ୍ର ତଳେ ରହିବ। ପ୍ରସ୍ତାବିତ ପାଣି ତଳେ ନିର୍ମାଣ କରାଯାଇବାକୁ ଥିବା ସୁଡଙ୍ଗ ୭୭ କି.ମି.ର ୟଙ୍ଗ୍‍-ଝୋ ରେଳପଥ ଯୋଜନାର ଏକ ଅଂଶ। ପର୍ଯ୍ୟଟନ ଏବଂ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଏହି ରେଳପଥର ନିର୍ମାଣ କରାଯାଉଛି। ଚଳିତ ମାସରେ ବେଜିଂ ପ୍ରଶାସନ ୟଙ୍ଗ୍‍-ଝୋ ରେଳ ଯୋଜନାର ଫିଜିବିଲିଟି ସର୍ବେକ୍ଷଣ ରିପୋର୍ଟକୁ ମଞ୍ଜୁରି ଦେଇଛି।

Leave A Reply