ଲୋମହର୍ଷଣକାରୀ ଭିଡିଓ: ଜେସିବି ଚକରେ ପମ୍ପ ଦେବା ବେଳେ ବିସ୍ଫୋରଣ, ୨ ମୃତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଜେସିବି ଚକରେ ପମ୍ପ ଦେବା ସମୟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆଖପାଖ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ଚମକି ପଡ଼ିବେ।


୫୫ ସେକେଣ୍ଡର ଏହି ଭିଡିଓରେ ଜଣେ ବ୍ୟକ୍ତି ଚକରେ ପମ୍ପ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କୁ ସାହାଯ୍ୟ କରିବାକୁ ଜଣେ ବ୍ୟକ୍ତି ଯାଉଛନ୍ତି। କିଛି ସମୟ ପରେ ହଠାତ୍‌ ଚକା ବିସ୍ଫୋରଣ ହେଉଛି ଓ ୨ ଜଣ ବ୍ୟକ୍ତି ଛିଟ୍‌କି ହୋଇ ପଡ଼ୁଛନ୍ତି। ଏହାପରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ମଧ୍ୟପ୍ରଦେଶର ସତନା ଜିଲା ନିବାସୀ ରାଜପାଲ ସିଂହ ଓ ପ୍ରାଞ୍ଜନ ନାମଦେବ ବୋଲି ଜଣାପଡ଼ିଛି।

Comments are closed.