ବୁର୍ଲା ଭିମସାର ଡ଼ାକ୍ତରଖାନାରେ ୧୬ କୋଭିଡ଼ ରୋଗୀ ମୃତ, ମିଳୁନି ଅମ୍ଳଜାନ

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି। ଉଭୟ ଭିମସାରର କୋଭିଡ଼ ଡ଼ାକ୍ତରଖାନାରେ ଆଜି ମଙ୍ଗଳବାର ଦିନ ୧୬ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୪ ଜଣ ଜମନକିରାର ୮୦ ବର୍ଷିୟା ବୃଦ୍ଧା, କୁଚିଣ୍ଡାର ୬୦ ବର୍ଷିୟା ବୃଦ୍ଧା, ୪୫ ବର୍ଷିୟା ମହିଳା ଏବଂ ୫୫ ବର୍ଷିୟା ମହିଳା, ବରଗଡ଼ ଜିଲ୍ଲାର ୨ ଜଣ ସୋହେଲାର ୫୫ ବର୍ଷିୟା ମହିଳା ଏବଂ ୫୭ ବର୍ଷୀୟ ପୁରୁଷ, ଝାରସୁଗୁଡ଼ାର ୪ ଜଣ ବ୍ରଜରାଜନଗରର ୩୭ ବର୍ଷୀୟ ଯୁବକ, ବୁଡ଼େନର ୪୫ ବର୍ଷିୟା ମହିଳା, ୬୭ ବର୍ଷିୟା ମହିଳା ଏବଂ ସୋଡ଼ାମାଲର ୫୦ ବର୍ଷୀୟ ପୁରୁଷ, ସୋନପୁରର ୬୦ ବର୍ଷୀୟ ବୃଦ୍ଧ, ବଉଦ୍ଧ ଜିଲ୍ଲା ମନୁମୁଣ୍ଡାର ୪୦ ବର୍ଷୀୟ ଯୁବକ, ସୁନ୍ଦରଗଡ଼ ଜିଲ୍ଲାର ୫୨ ବର୍ଷୀୟ ପୁରୁଷ, କଲାହାଣ୍ଡି ଜିଲ୍ଲା ଜୁନାଗଡ଼ର ୫୮ ବର୍ଷୀୟ ପୁରୁଷ, ଦେବଗଡ଼ର ୮୦ ବର୍ଷୀୟ ବୃଦ୍ଧ ଏବଂ କଟକ ଟାଙ୍ଗିର ୨୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି।

ଗୁରୁତରଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଏବଂ ଅକ୍ସିଜାନ ସିଲିଣ୍ଡର ଉପଲବ୍ଧ ହୋଇ ନ ପାରିବା ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟିଚାଲିବା ପ୍ରକ୍ରିୟା ଜାରି ରହିଛି। ବାହାରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ଆଇସିୟୁ ଯୁକ୍ତ ଭେଣ୍ଟିଲେଟର ଅପେକ୍ଷାରେ ସାଧାରଣ ଅକ୍ସିଜାନ ସହାୟତାରେ ରହିବାକୁ ପଡ଼ୁଛି ଯାହାକୁ କୋଭିଡ଼ ରୋଗୀଙ୍କ ମୃତ୍ୟୁକୁ ଆମନ୍ତ୍ରଣ କରିବା ସଦୃଶ ହୋଇଛି। ସଙ୍କୁଚିତ କୋଭିଡ଼ କୋଠାରେ ୨୨୫ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ଚିକିତ୍ସାଧିନ ରଖାଯାଇଥିବା ବେଳେ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୬୫ରୁ ଊର୍ଦ୍ଧ୍ବ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାପ୍ତ ମାତ୍ରାରେ ଭେଣ୍ଟିଲେଟର ଏବଂ ଅକ୍ସିଜାନ ବ୍ୟବସ୍ତା ଭିମସାରରେ ସମ୍ଭବପର ହୋଇ ପାରୁ ନାହିଁ। ସୁଚନା ଥାଉକି, ପୁଣି ଗତ ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣ, ଶନିବାର ଦିନ ୯ ଜଣ, ଶୁକ୍ରବାର ଦିନ ୧୦ ଜଣ, ଗୁରୁବାର ଦିନ ୧୦ ଜଣ, ବୁଧବାର ଦିନ ୧୩ ଜଣ, ମଙ୍ଗଳବାର ୮, ସୋମବାର ୭ ଜଣ, ରବିବାର ଦିନ ୧୩ ଜଣ, ଶନିବାର ଦିନ ୭ ଜଣ, ଶୁକ୍ରବାର ଦିନ ୮ ଜଣ, ଗୁରୁବାର ୧୧ ଜଣ, ବୁଧବାର ଦିନ ୭ ଜଣ, ମଙ୍ଗଳବାର ଦିନ ୯ ଜଣ, ସୋମବାର ଦିନ ୧୧ ଜଣ, ରବିବାର ଦିନ ପୁଣି ୮ ଜଣ, ଶନିବାର ଦିନ ୧୨ ଜଣ, ଶୁକ୍ରବାର ଦିନ ୮ ଜଣ, ଗୁରୁବାର ଦିନ ୧୧ ଜଣ, ବୁଧବାର ଦିନ ୧୧ ଜଣ, ଗତ ମଙ୍ଗଳବାର ୧୧ ଜଣ ଏବଂ ସୋମବାର ଦିନ ୬ ଜଣ ମୃତ୍ୟୁ ହୋଇଥିବା ଦୃଷ୍ଟାନ୍ତ ରହିଛି। ଗତ ୨୪ ଦିନରେ ମୃତ୍ୟୁସଂଖ୍ୟା ୨୫୬ରେ ଉପନିତ ହେଲାଣି। ଭିମସାର ଡ଼ାକ୍ତରଖାନାରେ ଗତ ଅକ୍ଟୋବର ମାସରୁ ଆଜି ସୁଦ୍ଧା ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୫୬୭ରେ ମୃତ୍ୟୁସଂଖ୍ୟା।

Comments are closed.