ନିଆଁ ଲାଗିବା ପରେ ଭୁଶୁଡିଲା ଅଟ୍ଟାଳିକା, ୨ ଦମକଳ କର୍ମଚାରୀ ମୃତ

ଜମ୍ମୁ: ଜମ୍ମୁର ତାଲାବ ତିଲ୍ଲେ ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି। ଏକ ଅଟ୍ଟାଳିକାରେ ନିଆଁ ଲାଗିବା ପରେ ତାହା ଭୁଶୁଡି ପଡିଛି। ସୂଚନା ପାଇଁ ଘଟଣାସ୍ଥଳରେ ପୁଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ୪ଜଣ ଦମକଳ କର୍ମଚାରୀଙ୍କ ସମେତ ଦୁଇ ଜଣ ଲୋକ ଅଟ୍ଟାଳିକାର ଭଗ୍ନାବଶେଷରେ ଫସି ଯାଇଥିଲେ। ଘଟଣାସ୍ଥଳରୁ ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ସହ ଜଣେ ଦମକଳ କର୍ମଚାରୀ ଓ ଦୁଇ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ଲେଖା ହେଲା ବେଳକୁ ଅନ୍ୟ ଜଣେ ଦମକଳ କର୍ମଚାରୀ ନିଖୋଜ ଥିଲେ।

 

Comments are closed.