ଆମ୍ବ ତୋଟାରୁ ୧୨ ଫୁଟିଆ ଅଜଗର ସାପ ଉଦ୍ଧାର

ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମସ୍ଥ ଏକ ଆମ୍ବ ତୋଟାରୁ ୧୨ ଫୁଟ ଲମ୍ବର ଅଜଗର ସାପଟିଏ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ହରିଶ୍ ପାଢୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ ଆଜି ଅପରାହ୍ମରେ ଟିକରପଡ଼ା ଗ୍ରାମର କିଛି ଲୋକ ତାଙ୍କ ଗାଁ ଆମ୍ବ ତୋଟାରେ ବଡ ସାପଟିଏ ଗୋଟିଏ ଗଛର ଡାଳରେ ଗୁଡାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା।

 

ସଂଧ୍ୟା ହେଲେ ଅଜଗର ସାପଟି କାଳେ ଗାଁ ଭିତରକୁ ପଶିଯିବ ଆଶଙ୍କାରେ ଗ୍ରାମବାସୀ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ହରିଶଙ୍କୁ ଯୋଗାଯୋଗ କରିଥିଲେ। ସେ ଘଟଣା ସ୍ଥଳରେ ପହଞ୍ଚି କୌଶଳରେ ୧୨ ଫୁଟ ଲମ୍ବର ଅଜଗର ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟ ବନ ବିଭାଗର ପରାମର୍ଶ କ୍ରମେ ବନରକ୍ଷୀ କ୍ଷୀରୋଦ କୁମାର ଗୌଡଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଅଜଗର ସାପଟିକୁ ଛଡା ଯାଇଥିଲା।

Comments are closed.