ବଜେଟ ୨୦୨୦-୨୧ : ୬ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଆଜି ବଜେଟ ୨୦୨୦-୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨ୟ ବଜେଟ ଉପସ୍ଥାପନ ଜାରି ରଖିଛନ୍ତି। ଅର୍ଥମନ୍ତ୍ରୀ ବଜେଟର ଭାଷଣରେ ମାଛ ଚାଷ ଠାରୁ ଆରମ୍ଭ କରି ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଯୁକ୍ତିବିଦ୍ୟା ଓ ଡି଼ଜିିଟାଲ ଇଣ୍ଡିଆ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ମୋବାଇଲ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି।
ସେଭଳି ଯୋଜନା ମଧ୍ୟରେ ୬,୦୦,୦୦୦ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟ ଫୋନ ଦିଆଯିବାର ଘୋଷଣା କରିଛନ୍ତି।
– ମୋବାଇଲ ଫୋନ ଓ ପ୍ରଯୁକ୍ତିବିଦ୍ୟାର ଉପକରଣର ବୃଦ୍ଧିକରଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି।
ଏଭଳି କ୍ଷେତ୍ରରେ ମୋବାଇଲ ଫୋନ ପୂର୍ବ ଅପେକ୍ଷା ଶସ୍ତା ହେବା ସହ କମ ଦାମର ସ୍ମାର୍ଟ ଫୋନରେ ମଧ୍ୟ ପ୍ରିମିୟମ ଫିଚର୍ସ ମିଳିପାରିବାର  ସମ୍ଭାବନା ରହିଛି।

Comments are closed.