ଆଖଣ୍ଡଳମଣିଙ୍କ ମନ୍ଦିରରେ ବୁଢାଗଣେଶ ପୂଜା; ଲାଗିହେଲା ୧୦୮ ଭୋଗ ଥାଳି

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବୁଢା ଗଣେଶଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଭୋର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘଟସ୍ଥାପନ, ଦ୍ବାରପାଳ ପୂଜା, ଘଟ ଉତ୍ତୋଳନ ନୀତି ସରିବା ପରେ ମଧ୍ୟାହ୍ନରେ ମଣିବାବାଙ୍କୁ ଓ ବୁଢା ଗଣେଶଙ୍କୁ ବଡସିଂହାର ବେଶ ସଜ୍ଜିତ କରାଯାଇଥିଲା। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ୧୦୮ଥାଳି ଲଡୁ, ଖଜା, ମାଣ୍ଡୁଅ, ପିଠା, ଘିଅ କାକରା ଆଦି ବ୍ୟଞନ ଲାଗି ହୋଇଥିଲା। ଚଳିତବର୍ଷ କୋଭିଡ କଟକଣା ବଳବତ୍ତର ରହିଥିବାରୁ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି କରାଯାଉଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ କୋଭିଡ କଟକଣା ମଧ୍ୟରେ ବିଘ୍ନବିନାଶନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି।

Comments are closed.