ଫେବୃୟାରୀ ୧୪ରୁ ବିଧାନସଭା ବଜେଟ୍ ଅଧିବେଶନ : ୧୮ରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ବର : ଆସନ୍ତା ମାସ ଫେବୃୟାରୀ ୧୪ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୪ରୁ ୨୬ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ୟ୍ୟନ୍ତ ଚାଲିବ। ୧୪ରେ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ଦେବେ। ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ୟ୍ୟକ୍ରମ ରହିଛି। ସେହିଭଳି ଫେବୃଆରୀ ୧୮ରେ ରାଜ୍ୟ ବଜେଟ ଆଗତ ହେବ। ଏନେଇ ବିଧାନସଭା ପକ୍ଷରୁ ମଙ୍ଗଳବାରଦିନ ବିଜ୍ଞପ୍ତି ଜାରି କରାଯାଇଛି।

 

Comments are closed.