ଜାନୁଆରୀ ୩୧ରୁ ବଜେଟ୍‍ ଅଧିବେଶନ ; ଫେବୃଆରୀ ୧ରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ :  ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍‍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‍ ୩ ତାରିଖରେ ଶେଷ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଜାନୁଆରୀ ୩୧ରୁ ଫେବୃୟାର ୧୧ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମାର୍ଚ୍ଚ ୨ ତାରିଖରୁ ଏପ୍ରିଲ୍‍ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପାର୍ଲାମେଣ୍ଟର କେନ୍ଦ୍ରୀୟ ପ୍ରକୋଷ୍ଠରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧଇବେଶନକୁ ସମ୍ବୋଧନ କରିବେ। ଫେବୃଆରୀ ୧ ତାରିଖରେ ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ ଆଗତ ହେବାର ସମ୍ଭାବନା​ ରହିଛି।

Comments are closed.